‘ମେକ୍ ଇନ୍ ଓଡିଶା’କୁ ନେଇ ଉଠିଲା ପ୍ରଶ୍ନ ; ‘ମେକ୍ ଇନ୍ ବିଜେଡି, ବ୍ରେକ ଇନ୍ ଓଡିଶା’ ବୋଲି କହିଲା ବିଜେପି

Published By : Prameya-News7 Bureau | November 06, 2018 IST

ଭୁବନେଶ୍ବର ୬|୧୧:  ‘ମେକ୍ ଇନ୍ ଓଡିଶା କନକ୍ଲେଭ’କୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ପ୍ରେସମିଟ୍‌ରେ ରାଜ୍ୟ ସରକାରଙ୍କୁ କଲା ଟାର୍ଗେଟ୍ କଲା । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଏହା ହେଉଛି ‘ମେକ୍‌ ଇନ୍ ବିଜେଡି, ବ୍ରେକ ଇନ୍‌ ଓଡିଶା’ । ଅନ୍ୟ ରାଜ୍ୟ ଭଳି ଶିଳ୍ପକୁ କମ୍‌ ଦରରେ ବିଜୁଳି ଯୋଗାଇ ପାରୁନାହାନ୍ତି ରାଜ୍ୟ ସରକାର । ଓଡିଶାରେ ବିଜୁଳି ଦର ଶିଳ୍ପ ପାଇଁ ସବୁଠୁ ଅଧିକ । ଗୁଜୁରାଟରେ ୟୁନିଟ୍ ପିଛା ୪ ଟଙ୍କା ୫୦ ହୋଇଥିବା ବେଳେ ଓଡିଶାରେ ୫ ଟଙ୍କା ୭୦ ରହିଛି । ଏଥିପାଇଁ ଶିଳ୍ପ ସଂସ୍ଥା ଓଡିଶା ପାଇଁ ଅଗ୍ରହ ଦେଖାଉ ନାହାନ୍ତି ବୋଲି ସେ କହିଛନ୍ତି । ଅଧିକ ନିଯୁକ୍ତି ଥିବା ଶିଳ୍ପକୁ ବି ବିଜୁଳି ରିହାତି ନାହିଁ । ସେଥିପାଇଁ ରାଜ୍ୟରେ ‘ମେକ୍‌ ଇନ୍‌ ଓଡିଶା’ କେବଳ ନାଁକୁ ମାତ୍ର ।  ଏଥିରୁ ରାଜ୍ୟକୁ କିଛି ସଫଳତା ମିଳୁନାହିଁ ।  ୨୦୦୦ ମସିହାରେ ବିଜୁଳି ଉତ୍ପାଦନ ଯାହା ଥିଲା ଆଜିବି ସେତିକି ଅଛି । ବିଜୁଳି ପାଇଁ ଶିଳ୍ପ ରାଜ୍ୟରେ ତିଷ୍ଠୁନାହିଁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.