‘ମନ୍ଦିର ଉପରେ ଲାଗିବ ଇନକମ୍ ଟ୍ୟାକ୍ସ’; କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତିକୁ ବିଜେପିର ସମାଲୋଚନା

Published By : Prameya-News7 Bureau | February 22, 2024 IST

ବେଙ୍ଗାଲୁରୁ: ମନ୍ଦିରମାନଙ୍କ ଉପରେ କର୍ଣ୍ଣାଟକ ସରକାରଙ୍କ ଟ୍ୟାକ୍ସ ଛାଟ । ଏଣିକି ରାଜ୍ୟରେ ଥିବା ସମସ୍ତ ହିନ୍ଦୁ ମନ୍ଦିର ଟିକସ ଦେବେ । ମନ୍ଦିର ଗୁଡ଼ିକ ଠାରୁ ୧୦ ପ୍ରତିଶତ ଟିକସ ଆଦାୟ କରିବାକୁ ଯାଉଛନ୍ତି ସିଦ୍ଧରମେୟା ସରକାର । ବୁଧବାର ‘କର୍ଣ୍ଣାଟକ ହିନ୍ଦୁ ଧାର୍ମିକ ସଂସ୍ଥାନ ଏବଂ ଧର୍ମାର୍ଥ ବିନ୍ଦୋବସ୍ତ ବିଧେୟକ ୨୦୨୪’ ପାରିତ ହୋଇଛି । ଏବି ବିଧେୟକ ପାସ୍ ହେଲେ ସରକାର ସମସ୍ତ ହିନ୍ଦୁ ମନ୍ଦିରରୁ ଶୁଳ୍କ ଆଦାୟ କରିବେ ।

ବୁଧବାର କର୍ଣ୍ଣାଟକ ବିଧାନସଭାରେ ପାରିତ ହୋଇଥିବା ‘କର୍ଣ୍ଣାଟକ ହିନ୍ଦୁ ଧାର୍ମିକ ସଂସ୍ଥାନ ଏବଂ ଧର୍ମାର୍ଥ ବିନ୍ଦୋବସ୍ତ ବିଧେୟକ ୨୦୨୪’ ଅନୁଯାୟୀ, ଯେଉଁ ମନ୍ଦିରର ରୋଜଗାର ୧୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ରହୁଛି, ସେମାନଙ୍କୁ ୫ ପ୍ରତିଶତ ଟିକସ ଦେବାକୁ ପଡ଼ିବ । ଯେଉଁ ମନ୍ଦିରରେ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି, ସେମାନଙ୍କ ଠାରୁ ୧୦ ପ୍ରତିଶତ ଟ୍ୟାକ୍ସ ଆଦାୟ କରିବା ନେଇ ସ୍ଲାବ୍ ତିଆରି ହୋଇଛି । ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଖୁବ୍ ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି ।  ସିଦ୍ଧରମେୟା ସରକାରଙ୍କୁ ବିଜେପି ଆଣ୍ଟି ହିନ୍ଦୁ ବୋଲି କହିଛି । ବିଜେପି ଅଧ୍ୟକ୍ଷ ୟେଦୁୟେରୁପ୍ପା ଏକ୍ସେରେ ପୋଷ୍ଟ କରି ଲେଖିଛନ୍ତି, କଂଗ୍ରେସ ସରକାର ହିନ୍ଦୁ ବିରୋଧୀ ନୀତି ଆଣି ରାଜ୍ୟର ଟିକସ ଥଳି ପୂରଣ କରିବାକୁ ଚେଷ୍ଟା କରୁଛନ୍ତି । ହିନ୍ଦୁ ମନ୍ଦିରଗୁଡ଼ିକର ଆୟ ଉପରେ କଂଗ୍ରେସ ଖରାପ ଦୃଷ୍ଟି ରହିଛି ବୋଲି ସେ କହିଛନ୍ତି । ଏହି ଧନକୁ କଂଗ୍ରେସ ଅନ୍ୟ ଉପାୟରେ ଖର୍ଚ୍ଚ କରିବାକୁ ଚାହୁଁଛି । ୟେଦୁୟରୁପ୍ପା କହିଛନ୍ତି, କେବଳ ରାଜ୍ୟରେ ହିନ୍ଦୁ ମନ୍ଦିର କାହିଁକି, ଅନ୍ୟ ଧାର୍ମିକ ସଂସ୍ଥାନରୁ ମଧ୍ୟ ଟିକସ ଆଦାୟ କରାଯାଉ।

wp:embed {"url":"https://www.prameyanews7.com/delhi-chalo-protest-march-to-be-suspended-for-2-days-announces-farmer-leader/","type":"wp-embed","providerNameSlug":"prameya-news-7"}
https://www.prameyanews7.com/delhi-chalo-protest-march-to-be-suspended-for-2-days-announces-farmer-leader/
/wp:embed

ୟେଦୁୟରୁପ୍ପାଙ୍କ ଏହି ବୟାନ ଉପରେ ଜବାବ ଦେଇଛି କଂଗ୍ରେସ । କର୍ଣ୍ଣାଟକ ମନ୍ତ୍ରୀ ରାମାଲିଙ୍ଗା ରେଡ୍ଡୀ କହିଛନ୍ତି, ବିଜେପି ଧର୍ମକୁ ନେଇ ରାଜନୀତି କରୁଛି । କଂଗ୍ରେସ ହେଉଛି ହିନ୍ଦୁତ୍ବର ବଡ଼ ସମର୍ଥକ । ଏହି ବିଧେୟକ ପାସ୍ ହେଲେ ୧ କୋଟିରୁ ଅଧିକ ରୋଜଗାର କରୁଥିବା ମନ୍ଦିରଙ୍କୁ ୧୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ  । ସେହିପରି ୧୦ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତି ରୋଜଗାର କରୁଥିବା ହିନ୍ଦୁ ମନ୍ଦିରମାନେ ୫ ପ୍ରତିଶତ ଟ୍ୟାକ୍ସ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.