'ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି' : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ

Published By : Prameya-News7 Bureau | July 05, 2022 IST

ନୂଆଦିଲ୍ଲୀ,୦୫/୦୭: ମହାରାଷ୍ଟ୍ରରେ ସୋମବାର ଏକନାଥ ସିନ୍ଦେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ଏହାମଧ୍ୟରେ ଶିବସେନା ମୁଖ୍ୟ ଉଦ୍ଦବ ଠାକରେ ବିଜେପି ଉପରେ ବଡ ଅଭିଯୋଗ ଆଣିଛନ୍ତି । ବିଜେପି ତାଙ୍କ ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ଏହାସହ ବିଜେପିକୁ ସାନି ନିର୍ବାଚନ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ଉଦ୍ଧବ ।  

ଶିବସେନା ଭବନରେ ଜିଲ୍ଲା ସଭାପତିଙ୍କ ବୈଠକରେ ଉଦ୍ଧବ କହିଛନ୍ତି ଯେ, ବିଧାନସଭାକୁ ମନମାନି ଢଙ୍ଗରେ ଚଲାଇବା ସମ୍ବିଧାନ ପ୍ରତି ଅଫମାନ ସଦୃଶ ଅଟେ । ଯଦି ସିନ୍ଦେ ଓ ବିଜେପି ଲଢେଇ କରିବାକୁ ଚାହୁଁଛନ୍ତି ତେବେ କିଛି ଅସୁବିଧା ନାହିଁ । ବିଜେପି ଶିବସେନାକୁ ଶେଷ କରିଦେବାକୁ ଚାହୁଁଛି । ବିଜେପିର ଦମ୍ ଥିଲେ ସାନି ନିର୍ବାଚନ କରୁ । ଯଦି ସେ ଭୁଲ ଥିବେ ତେବେ ଲୋକେ ହିଁ ଘରକୁ ପଠାଇଦେବେ । ଯଦି ବିଜେପି-ଏକନାଥ ଭୁଲରେ ଅଛନ୍ତି ଲୋକେ ଏହାର ଜବାବ ଦେବେ ।

ଏହାସହ ଉଦ୍ଧବ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ସମ୍ବିଧାନକୁ ପାଳନ କରାଯାଉ ନାହିଁ । ତେବେ ସେ ଜିଲ୍ଲା ସଭାପତିଙ୍କୁ ଦଳ ସହ ରହିବାକୁ ନିବେଦନ ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ଗତମାସରେ ସିନ୍ଦେଙ୍କ ଗୋଷ୍ଠୀ ବିଦ୍ରୋହ କରିଥିଲା । ସିନ୍ଦେଙ୍କ ସହ ଶିବସେନାର ଅନେକ ବିଧାୟକ ବିଦ୍ରୋହୀ ହୋଇଯାଇଥିଲେ । ଫଳରେ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡି ବହୁମତ ହରାଇଥିଲା । ବାଧ୍ୟ ହୋଇ ଉଦ୍ଧବଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.