ନେପାଳର ଫେମସ ପବ୍‌ରେ ନଜର ଆସିଲେ ରାହୁଲ ଗାନ୍ଧୀ, ଭିଡିଓ ରିଲିଜ୍ କରି ଟାର୍ଗେଟ କଲା ବିଜେପି

Published By : Prameya-News7 Bureau | May 03, 2022 IST

ନୂଆଦିଲ୍ଲୀ ୦୩/୦୫: ଆଜି କାଲି ନେପାଳ ଗସ୍ତରେ ଅଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ରାହୁଲଙ୍କ ନେପାଳ ଗସ୍ତର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କାଠମାଣ୍ଡୁର ଏକ ନାଇଟ୍‌କ୍ଲବରେ ନଜର ଆସିଛନ୍ତି । ଭାଇରାଲ ହୋଇଥିବା ଏହି ଭିଡିଓଟିକୁ ବିଜେପି ପକ୍ଷରୁ ସେୟାର କରାଯାଇ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରାଯାଇଛି । କୁହାଯାଉଛି ଯେ, ଏହି ଭିଡିଓ ‘ଲର୍ଡ ଅଫ୍ ଦ ଡ୍ରିଙ୍କସ୍ ନେପାଳ’ ର ରହିଛି।

ବିଜେପି ମୁଖପାତ୍ର ଶୋହଜାଦ୍ ପୁନଓ୍ବାଲା କହିଛନ୍ତି, ଏଠାରେ ରାହୁଲ ଗାନ୍ଧୀ କ’ଣ କରୁଛନ୍ତି, ହେଇଥାଇପାରେ ଏହା ତାଙ୍କର ବ୍ୟକ୍ତିଗତ ମାମଲା । କିନ୍ତୁ ଯେତେବେଳେ ରାଜସ୍ଥାନର ଯୋଧପୁରରେ ହିଂସାକାଣ୍ଡ ହେଉଛି, ସେଠାରେ ବି କଂଗ୍ରେସର ସରକାର ଅଛି, ତଥାପି ରାଜସ୍ଥାନ ଜଳୁଛି । ଏହା ଉପରେ ଚିନ୍ତା ବ୍ୟକ୍ତ କରିବା ବଦଳରେ ରାହୁଲ ଗାନ୍ଧି ନେପାଳରେ ନାଇଟ କ୍ଲବରେ ପାର୍ଟି କରୁଛନ୍ତି । ଲାଇଫକୁ ଏନଜୟ କରୁଛନ୍ତି । ହେଲେ ସେ ଭୁଲିଯାଉଛନ୍ତି, ଯେ ତାଙ୍କୁ ଲୋକଙ୍କ ସମସ୍ୟା ବିଷୟରେ ଜାଣିବା ଦରକାର ।

ପୁନଓ୍ୱାଲା ଆହୁରି କହିଛନ୍ତି, କଂଗ୍ରେସ ପାର୍ଟି ଶେଷ ହୋଇଯାଇଛି । କିନ୍ତୁ ରାହୁଲ ଗାନ୍ଧୀଙ୍କ ପାର୍ଟି ସେଭଳି ଚାଲିଛି । ସେ ରାଜନୀତିରେ ଗମ୍ଭୀର ନୁହନ୍ତି । ଯେତେବେଳେ ତାଙ୍କର ପାର୍ଟି ଓ ଦେଶର ଲୋକଙ୍କୁ ତାଙ୍କର ଦରକାର, ସେତେବେଳେ ସେ ନେପାଳରରେ ମଉଜ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ରାହୁଲ ଗାନ୍ଧୀଙ୍କ ଭିଡିଓ ସେୟାର କରି ସମାଲୋଚନା କରିଛନ୍ତି। ଭାକେସନ୍‌, ପାର୍ଟି, ହଲିଡେ, ପ୍ଲେଜର ଟ୍ରିପ୍‌, ପ୍ରାଇଭେଟ୍ ଫରେନ୍ ଭିଜିଟ୍‌ ଆଦି ଏବେ ଦେଶ ପାଇଁ କୌଣସି ନୂଆ କଥା ନୁହେଁ।

wp:html /wp:html

ଅନ୍ୟପକ୍ଷେ ବିଜେପିର ଅନ୍ୟ ନେତା କପିଲ ମିଶ୍ରା ଟ୍ୱିଟ୍ କରି କହିଛନ୍ତି, ଏହା ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ମାମଲା ନୁହେଁ । ସେ ଓଲଟା ପଚାରିଛନ୍ତି, ରାହୁଲ ଗାନ୍ଧୀ କାହା ସହିତ ଅଛନ୍ତି? କ’ଣ ଚାଇନାର ଏଜେଣ୍ଟଙ୍କ ସହିତ ଅଛନ୍ତି ?

wp:html /wp:html

ସେହିଭଳି ବିଜେପିର ସୋସିଆଲ ମିଡିଆ ଇନଚାର୍ଜ ଅମିତ ମାଲବୀୟ ଟ୍ୱିଟ୍‌ କରି କହିଛନ୍ତି, ଯେତେବେଳେ ମୁମ୍ବାଇ ଉପରେ ଆକ୍ରମଣ ହୋଇଥିଲା, ସେତେବେଳେ ରାହୁଲ ଗାନ୍ଧୀ ନାଇଟ କ୍ଲବରେ ଥିଲେ । ଏବେ ଯେତେବେଳେ ତାଙ୍କର ପାର୍ଟି ସଙ୍କଟରେ ରହିଛି, ସେତେବେଳେ ସେ ନାଇଟ କ୍ଲବରେ ଅଛନ୍ତି । ତାଙ୍କ ଭିତରେ ଏହି ନିରନ୍ତରତା ପୂର୍ବରୁ ରହିଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.