suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ଗୁଜରାଟ ପାଇଁ ବିଜେପିର ନିର୍ବାଚନ ଇସ୍ତାହାର; ୨୦ ଲକ୍ଷ ନିଯୁକ୍ତି ସହ ଛାତ୍ରୀଙ୍କୁ ମାଗଣା ଶିକ୍ଷା, ଆଉ…

26/11/2022 at 5:55 PM

ଗାନ୍ଧୀନଗର: ଗୁଜରାଟ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଚାର କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି। ଆପ୍‌-କଂଗ୍ରେସ-ବିଜେପି ତିନି ଦଳର ହେବି ୱେଟ୍ ନିର୍ବାଚନୀ ପ୍ରଚାର ଜାରି ରଖିଛନ୍ତି।

ଏହାରି ଭିତରେ ଆଜି(୨୬ ନଭେମ୍ବର) ଗୁଜୁରାଟ ପାଇଁ ନିର୍ବାଚନ ଇସ୍ତାହାର ଜାରି କରିଛି ଶାସକ ବିଜେପି। ଦଳ ସଭାପତି ଜେପି ନଡ୍ଡା, ଗୁଜୁରାଟ ମୁଖ୍ୟମନ୍ତ୍ରୀ ସିଆର୍ ପାଟିଲଙ୍କ ଉପସ୍ଥିତିରେ ଇସ୍ତାହାର ଜାରି କରାଯାଇଛି। ଦୀର୍ଘ ୨୭ ବର୍ଷ ରାଜ କରିବା ଗୁଜୁରାଟରେ ଉପଯୁକ୍ତ ନିଯୁକ୍ତି ଦେବାରେ ବିଫଳ ହୋଇଥିବା ବିଜେପି ସରକାର ଏଥର ୨୦ ଲକ୍ଷ ନିଯୁକ୍ତି ଦେବା ନେଇ ଘୋଷଣା କରିଛି।

ଆସନ୍ତା ୫ ବର୍ଷରେ ଏହି ନିଯୁକ୍ତି ଦେବେ ବୋଲି ବିଜେପି ନିର୍ବାଚନୀ ଘୋଷଣା କରିଛି। କେବଳ ସେତିକି ନୁହେଁ ପ୍ରତ୍ୟେକ ଛାତ୍ରୀଙ୍କ ପାଇଁ ମାଗଣା ଶିକ୍ଷା, ଚରମପନ୍ଥୀ ନିରୋଧ (ଆଣ୍ଟି ରେଡିକୁଲେସନ୍) ଗଠନ ଆଦି ଏକାଧିକ ପ୍ରତିଶ୍ରୁତି ଦେଇଛି ଦଳ।

ଇସ୍ତାହାର ପତ୍ର ଘୋଷଣା କାର୍ଯ୍ୟକ୍ରମରେ ଯୋଗ ଦେଇ ଜେପି ନଡ୍ଡା କହିଛନ୍ତି “ ଆଶଙ୍କାୟିତ ବିପଦ, ଆତଙ୍କବାଦୀ ସଂଗଠନ ଓ ଭାରତ ବିରୋଧୀ ତତ୍ୱଙ୍କୁ ଖୋଜି ବାହାର କରି ନଷ୍ଟ କରିବାକୁ ଆମେ ଚରମପନ୍ଥୀ ନିରୋଧ ଟିମ୍ ଗଠନ କରିବୁ। ସମାନ ନାଗରିକ ସଂହିତା ଲାଗୁ କରିବାକୁ କମିଟିର ଆବେଦନରୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବୁ।”

ଏଥିସହିତ ଦଙ୍ଗାରେ ସାଧାରଣ ସମ୍ପତ୍ତି ଓ ଘରୋଇ ସମ୍ପତ୍ତି ନଷ୍ଟ କରିବା ବିରୋଧରେ ଏକ ଆଇନ ଆଣିବା ସହିତ ଆକ୍ରମଣାକାରୀଙ୍କୁ ଠାରୁ ଏହାର ଆଦାୟ କରାଯିବ। ବିଦେଶୀ ନିବେଶ ସହିତ ଗୁଜୁରାଟକୁ ୧ ଟ୍ରିଲିୟନ ଅର୍ଥନୀତିର ସମ୍ପନ ରାଜ୍ୟରେ ପରିଣତ କରାଯିବ ବୋଲି ନଡ୍ଡା କହିଛନ୍ତି।

ଗୁଜୁରାଟ ପାଇଁ ବିଜେପିର ଇସ୍ତାହାରର କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା-

୧. କୃଷି ନିର୍ମାଣ ପାଇଁ ୧୦ କୋଟି।
୨. ସମ୍ଭାବ୍ୟ ବିପଦକୁ ରୋକିବା ପାଇଁ ଆଣ୍ଟି ରେଡିଲାଇଜେସନ ସେଲ୍ ଗଠନ।
୩. ଆସନ୍ତା ୫ ବର୍ଷରେ ଗୁଜୁରାଟ ଯୁବକଙ୍କ ପାଇଁ ୨୦ ଲକ୍ଷ ନିଯୁକ୍ତି।
୪. ଆସନ୍ତା ୫ ବର୍ଷରେ ମହିଳାଙ୍କ ପାଇଁ ୧ ଲକ୍ଷ ସରକାରୀ ଚାକିରି।
୫. ଗୁଜୁରାଟରେ ବୟସ୍କା ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା

୬. କେଜିର ପିଜି ପର୍ଯ୍ୟନ୍ତ ଛାତ୍ରୀଙ୍କୁ ମାଗଣା ଓ ଗୁଣବତ୍ତାଯୁକ୍ତି ଶିକ୍ଷାଦାନ
୭. ଗୁଜୁରାଟକୁ ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା।
୮.  ଜଳସେଚନ ସୁବିଧା ପାଇଁ ୨୫,୦୦୦ କୋଟି।

୯. ଦକ୍ଷିଣ ଗୁଜୁରାଟ ଓ ସୌରାଷ୍ଟ୍ରରେ ଦୁଇଟି ସିଫୁଡ ପାର୍କ(ସମୂଦ୍ର ଖାଦ୍ୟ ଉପଲବ୍ଦ ଥିବା ପାର୍କ)
୧୦. ପ୍ରଥମ ବ୍ଲୁ ଇକୋନୋମି ଇଣ୍ଡଷ୍ଟ୍ରିୟାଲ କରିଡର।
୧୧. ନିର୍ମାଣରେ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା।
୧୨. ୧୧୦ କୋଟି ବଜେଟ ସହତି ମାଗଣା ମୁଖ୍ୟମନ୍ତ୍ରୀ ନିଦାନ ଯୋଜନା
୧୩.  ଗୁଜକୁ ପଶ୍ଚିମ ଭାରତର ବୃହତ ଧାର୍ମିକ କେନ୍ଦ୍ରରେ ପରିଣତ କରିବା ପାଇଁ ଦେବଭୂମି ଦ୍ୱାରିକା କରିଡର ନିର୍ମାଣ।
୧୪. ପୁରୁଣା ମନ୍ଦିର ମରାମତି ଓ ପ୍ରଚାର ପାଇଁ ୧୦୦୦ କୋଟି ଟଙ୍କା।

ସୂଚନା ଥାଉକି ୧୮୨ ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭା ପାଇଁ ଡିସେମ୍ବର ୧ ଓ ୫ ତାରିଖ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଡିସେମ୍ବର ୮ ତାରିଖରେ ହିମାଚଳ ପ୍ରଦେଶ ସହିତ ଗୁଜାରଟର ବି ନିର୍ବାଚନ ଫଳାଫଳ ଘୋଷଣା ହେବା।  

   Related Posts