ତ୍ରିପୁରା ନିର୍ବାଚନ ୨୦୨୩: ୪୮ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି, ନାହିଁ ବିପ୍ଳବ ଦେବଙ୍କ ନାଁ
28/01/2023 at 3:43 PM

ଦିଶପୁର: ତ୍ରିପୁରା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି। ୬୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇ ପ୍ରଥମ ପର୍ଯ୍ୟୟରେ ବିଜେପି ୪୮ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ତେବେ ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳପ ଦେବଙ୍କ ନାଁ ନାହିଁ। ତାଙ୍କ ନିର୍ବାଚନ ମଣ୍ଡଳି ବନମାଳିପୁରରୁ ରାଜ୍ୟ ବିଜେପି ମୁଖ୍ୟ ରାଜୀବ ଭଟ୍ଟାଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି। ତେଣୁ ସେ ଚଳିତ ଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତା ସତ ପରି ମନେ ହେଉଛି।
ସେହିପରି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ମାଣିକ ସାହ ବର୍ଦୋୱାଲିରୁ ନର୍ବାଚନ ଲଢ଼ିବା ନେଇ ସ୍ଥିର ହୋଇଛି। କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ଧନପୁର ଆସନରୁ ନିର୍ବାଚନ ଲଢ଼ିବେ।
୬୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ ୪୮ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିବା ବେଳେ ବାକି ୧୨ ପ୍ରାର୍ଥୀଙ୍କ ତାଲିକା ଦଳ ଖୁବ୍ଶୀଘ୍ର ଘୋଷଣା କରାଯିବ ବୋଲି ବିଜେପି କହିଛି।
ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ଧନପୁର ଆସନରୁ ନିର୍ବାଚନ ଲଢ଼ିବେ। ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ଦୁଇ ମୁସଲମାନଙ୍କୁ ମଧ୍ୟ ସ୍ଥାନ ମିଳିଛି। ବକ୍ସନଗରରୁ ତଫ୍ଫଜଲ ହୁସେନ ଓ କୈଳାଶହରରୁ ମୋହମ୍ମଦ ମୋବେଶର ଅଲିଙ୍କୁ ପ୍ରାର୍ଥୀ କରାଯାଇଛି।
ଜାନୁଆରୀ ୧୮ ତାରିଖରେ ତ୍ରିପୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିଲା। ଫେବ୍ରୁଆରୀ ୧୬ ତାରିଖରେ ଭୋଟିଂ ହେବ ଓ ମାର୍ଚ୍ଚ ଦୁଇ ତାରିଖରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଥିଲେ। କହି ରଖୁଛୁ ଯେ ତ୍ରିପୁରା ବିଧାନସଭାର କାର୍ଯ୍ୟକାଳ ୨୨ ମାର୍ଚ୍ଚରେ ଶେଷ ହେଉଛି।
ତ୍ରିପୁରାରେ ବିଜେପି ସ୍ଥିତି
ସୂଚନା ଥାଉକି ତ୍ରିପୁରାରେ ୨୫ ବର୍ଷର ମାଣିକ ସରକାରଙ୍କର କମ୍ୟୁନିଷ୍ଟ ଶାସନକୁ ମାତ୍ ଦେଇ ୨୦୧୮ରେ ପ୍ରଥମ ଥର ପାଇଁ ସରକାର ଗଠନ କରିଥିଲା ବିଜେପି। ଶାସନ ୩ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ହଟାଇ ମାଣିକ ସାହଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି। ଲୋକ ଆକ୍ରୋଶରୁ ମୁକ୍ତି ପାଇବା ପାଇଁ ବିଜେପି ଏପରି କରିଥିଲେ ବି ଏହା କେତେ ସଫଳ ହୋଇଛି ତାହା ନିର୍ବାଚନ ସରିବା ପରେ ଜଣାପଡ଼ିବ।