ଗୁଜରାଟ ନିର୍ବାଚନ: ବିଜେପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ରବିନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ମିଳିଲା ଟିକେଟ୍

Published By : Prameya-News7 Bureau | November 10, 2022 IST

ଗୁଜରାଟ ନିର୍ବାଚନ ପାଇଁ ବିଜେପି ଏହାର ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସମିତି ଏହି ପ୍ରତ୍ୟାଶିତଙ୍କ ନାମ ଘୋଷଣା କରିଛନ୍ତି। ଯେଉଁ ଆଶାୟୀଙ୍କ ନାମ ଘୋଷଣା କରାଯାଇଛି। ଯାହା ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୮୪ ସିଟ୍ ୧ ଡିସେମ୍ବରରେ ମତଦାନ ହେବ।

ସୂଚନାଅନୁଯାୟୀ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଘାଟଲୋଢିଆ ସିଟ୍‌ରୁ ପ୍ରାର୍ଥୀ କରାଯାଇଛି। ମାଣ୍ଡବୀରୁ ଅନିରୁଦ୍ଦ ଭାଇଙ୍କୁ ଟିକେଟ୍ ଦିଆଯାଇଛି। ନିକଟରେ ବ୍ରିଜ୍ ଦୁର୍ଘଟଣା ଘଟିଥିବା ମୋରବୀରୁ କାନ୍ତିଲାଲ୍‌ଙ୍କୁ ଟିକେଟ୍ ଦେଇଛି ଦଳ। ସେହିଭଳି ଜାମନଗର ନର୍ଥରୁ ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବାଙ୍କୁ ଟିକେଟ୍ ଦିଆଯାଇଛି।

ଗୁଜରାଟରେ ପ୍ରାୟ ୫ କୋଟି ମତଦାତା ୧ ଏବଂ ୫ ଡିସେମ୍ବରରେ ଆଶାୟୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବା। ୮ ଡିସେମ୍ବରରେ ଫଳାଫଳ ଆସିବ। ଗୁଜରାଟରେ ଭାଜପା ୨୭ ବର୍ଷରୁ ସତ୍ତାରେ ରହିଆସିଛି। ଲଗାତାର ୭ମ ଥର ଜିତିବା ପାଇଁ ପୂରା ଦମ୍ ମଧ୍ୟ ଲଗାଇଛି। ସେହିଭଳି କଂଗ୍ରେସ ବ୍ୟତୀତ ଆମ ଆଦମୀ ପାର୍ଟୀ ମଧ୍ୟ ଭାଜପାଠାରୁ ଶାସନ ହାତେଇବାକୁ ଚେଷ୍ଟା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.