ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ପାର୍ଟି ୯୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜେପି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସଙ୍କୁ ନାଗପୁର ଦକ୍ଷିଣ ପଶ୍ଚିମ ଓ ରାଜ୍ୟ ବିଜେପି ଉପ ସଭାପତି ଚନ୍ଦ୍ରଶେଖର ବାବନକୁଲେଙ୍କୁ କାମଠି ଆସନରୁ ପ୍ରାର୍ଥୀ କରିଛି।
ବିଜେପି ଯେଉଁ ୯୯ ସିଟ୍ରେ ପ୍ରାର୍ଥୀ ଦେଇଛି ସେଥିରେ ନାଗପୁର ଦକ୍ଷିଣ ସିଟ୍ ସବୁଠୁ ଉପରେ ରହିଛି, ଯେଉଁଠି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣଭିସ ନିର୍ବାଚନ ଲଢୁଛନ୍ତି। ନାଗପୁର ଦକ୍ଷିଣ ପଶ୍ଚିମ ଆସନ ୨୦୦୯ରେ ଅସ୍ଥିତ୍ଵକୁ ଆସିବା ପରଠୁ ଏଠାରେ ଦେବେନ୍ଦ୍ର ଫଡ଼ଣଭିସ ନିର୍ବାଚନ ଜିତି ଆସିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ଵାଣଙ୍କ ଝିଅ ଶ୍ରୀଜୟା ଅଶୋକ ଚହ୍ଵାଣଙ୍କୁ ଭୋକର ଆସନରୁ ଟିକେଟ୍ ଦିଆଯାଇଛି। ଏହି ଆସନରୁ ପୂର୍ବରୁ ପ୍ରତିନିଧିତ୍ଵ କରି ସାରିଛନ୍ତି ଅଶୋକ ଚହ୍ଵାଣ।
BJP releases the first list of 99 candidates for the #MaharashtraElection2024.
— ANI (@ANI) October 20, 2024
Deputy CM Devendra Fadnavis to contest from Nagpur Souty West, state BJP chief Chandrashekhar Bawankule from Kamthi, minister Girish Mahajan from Jamner, minister Sudhir Mungantiwar from Ballarpur,… pic.twitter.com/uzPHuWuzIt
ତେବେ ଅଧିକାଂଶ ବର୍ତ୍ତମାନ ବିଧାୟକ ଥିବା ନେତାଙ୍କ ଟିକେଟ୍ କଟା ଯାଇଛି। କଲ୍ୟାଣ ଇଷ୍ଟରେ ଗଣପତ ଗାଏକ୍ଵାଡ଼ଙ୍କ ଟିକେଟ୍ କଟାଯାଇଛି। କିନ୍ତୁ ତାଙ୍କ ପତ୍ନୀ ସୁଲଭା ଗାଏକ୍ଵାଡ଼ଙ୍କୁ ପ୍ରାର୍ଥୀ କରିଛି ଦଳ।
ବିଜେପିର ମହିଳା ପ୍ରାର୍ଥୀ
ବିଜେପି ନିଜର ପ୍ରାର୍ଥୀ ତାଲିକାରେ ମହିଳା ପ୍ରାର୍ଥୀଙ୍କ ନାଁ ବିଶେଷ ଭାବେ ଗୁରୁତ୍ଵ ଦିଆଯାଇଛି। ସୁଲଭା ଓ ଶ୍ରୀଜୟାଙ୍କ ବ୍ୟତୀତ ବିଜେପି ଚିଖଲିରୁ ଶ୍ଵେତା ବିଦ୍ୟାଧର ମହାଲେ, ଜିନ୍ତୁରରୁ ମେଘନା ବୋର୍ଡିକର, ଫୁଲମ୍ବରୀରୁ ଅନୁରାଧାତାଇ ଅତୁଲ ଚହ୍ଵାଣ, ନାସିକ ପଶ୍ଚିମରୁ ସୀତାତାଇ ମହେଶ ଗିରେ, ବେଲାପୁରରୁ ମନ୍ଦା ବିଜୟ ମହାତ୍ରେ, ଦହିସରରୁ ମନୀଷା ଅଶୋକ ଚୌଧୁରୀ, ଗୋରଗାଅଁରୁ ବିଦ୍ୟା ଜୟପ୍ରକାଶ ଠାକୁର, ପାର୍ବତୀରୁ ମାଧୁରୀ ସତୀଶ ମିଶାଲ, ସେରଗାଓଁରୁ ମୋନିକା ରାଜିବ ରାଜଲେ, ଶ୍ରୀଗୋଣ୍ଡାରୁ ପ୍ରତିଭା ପଚପୁତେ, କୈଜରୁ ନମିତା ମୁନ୍ଦଡ଼ାଙ୍କୁ ଟିକେଟ୍ ଦିଆଯାଇଛି।