WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ୩୯ ପ୍ରାର୍ଥୀଙ୍କ ୨ୟ ତାଲିକା ଜାରି କଲା ବିଜେପି, ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ର ମନ୍ତ୍ରୀ

25/09/2023 at 10:19 PM

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ରହିଛି। ଏହି କ୍ରମରେ ରାଜ୍ୟରେ କ୍ଷମତାସୀନ ବିଜେପି ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। । ୩୯ ଜଣିଆ ପ୍ରାର୍ଥୀ ତାଲିକାରେ ୩ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦଙ୍କ ନାଁ ରହିଛି । ପାର୍ଟି କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ପଟେଲ୍ ଓ ଫଗନ ସିଂ କୁଲାସ୍ତେଙ୍କୁ ଟିକେଟ୍ ଦେଇଛି। ତୋମାର ଦିମାନୀରୁ, ପ୍ରହ୍ଲାଦ ପଟେଲ୍ ନରସିଂହପୁର ଓ କୁଲସ୍ତେ ନିଓ୍ଵାସରୁ ନିର୍ବାଚନ  ଲଢିବେ।

୩ ଜଣ ସାଂସଦ ଉଦୟ ପ୍ରତାପ ସିଂହ, ରୀତି ପାଠକ ଏବଂ ଗଣେଶ ସିଂହଙ୍କ ନାଁ ଦ୍ଵିତୀୟ ତାଲିକାରେ ସାମିଲ ହୋଇଛି । ସାଂସଦମାନେ କ୍ରମଶଃ ଗଦରଓ୍ଵାରା, ସିଦ୍ଧି ଏବଂ ସତନାରୁ ଭାଗ୍ୟ ପରୀକ୍ଷା କରିବେ । ଏହା ସହ ବିଜେପି ଦଳର ସାଧାରଣ ସଂପାଦକ କୈଳାଶ ବିଜୟବର୍ଗୀୟଙ୍କୁ ମଧ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଛି । ଏହା ପୂର୍ବରୁ ଅଗଷ୍ଟ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ବିଜେପି ।

Also read- ଶରଦ ପାୱାରଙ୍କ ସମର୍ଥନରେ ଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କ ପାଖରେ ଫେରାଦ ହେଲେ ଅଜିତ ପାୱାର

ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ମିଶାଇ ମୋଟ ୭୮ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ୨୩୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କେଉଁ ଆସନରୁ ମଇଦାନକୁ ଓହ୍ଲାଇବେ ସେ ନେଇ ସୂଚନା ମିଳିପାରି ନାହିଁ । ସୂଚନାଯୋଗ୍ୟ, ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ କରିଥିଲା । ହେଲେ ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ କରି ୨୨ ବିଧାୟକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ । ଏହା ପରେ  ମଧ୍ୟପ୍ରଦେଶ ଶାସନ ଭାର ଗ୍ରହଣ କରିଥିଲା ବିଜେପି।

   Related Posts