ନିର୍ବାଚନ ସରିବା ପୂର୍ବରୁ ଖୋଲିଲା ବିଜେପି ଖାତା, ସୁରଟ ଆସନରୁ ଜିତିଲେ ବିଜେପି ପ୍ରାର୍ଥୀ

Published By : Prameya-News7 Bureau | April 22, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ରେଜଲ୍ଟ ଜୁନ ୪ରେ ଘୋଷଣା ହେବ । କିନ୍ତୁ ଏହା ପୂର୍ବରୁ ବିଜେପିର ନିଜ ଖାତା ଖୋଲିଛି । ସୁରଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ଭୋଟିଂ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ ହେବା ଏବଂ ଅନ୍ୟ ସମସ୍ତ ୮ ନିର୍ଦଳୀୟ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ବିଜେପି ପ୍ରାର୍ଥୀ ନିର୍ବିରୋଧରେ ବିଜୟୀ ହୋଇଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ-ତିନି ଦିନରୁ ସୁରଟ ଲୋକସଭା ଆସନକୁ ନେଇ ହାଇ ଭୋଲଟେଜ୍ ଡ୍ରାମା ଚାଲିଥିଲା ଯାହା ଉପରେ ଆଜି ବିରାମ ଲାଗିଛି । ଏହି ଡ୍ରାମା ପଛର କାରଣ ଏହା କୁହାଯାଉଛି ଯେ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ୱାନୀଙ୍କ ନାମାଙ୍କନ ପତ୍ରକୁ ନେଇ ବିଜେପି ଆପତ୍ତି ଉଠାଇଥିଲା । ଏହି ମାମଲାକୁ ନେଇ ରବିବାର ଶୁଣାଣି ହୋଇଥିଲା ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ଫର୍ମ ଅମାନ୍ୟ ଘୋଷଣା କରାଯାଇଥିଲା ।

ଏହି ଆସନ ପାଆଇଁ ମୋଟ ୧୦ ଜଣ ପ୍ରାର୍ଥୀ ନିଜ ନାମାଙ୍କନ ଦାଖଲ କରିଥିଲେ । କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ ହେବା ପରେ ଅନ୍ୟ ୮ ଜଣ ମଧ୍ୟ ନିଜ ପ୍ରାର୍ଥୀ ପତ୍ର ଫେରାଇ ନେଇଥିଲେ । ଏହାପରେ ସୁରଟ ଜିଲ୍ଲାପାଳ ମୁକେଶ ଦଲାଲଙ୍କୁ ବିଜୟର ପ୍ରମାଣ ପତ୍ର ଦେଇଛନ୍ତି । ଗୁଜରାଟ ବିଜେପି ଅଧ୍ୟକ୍ଷ ସିଆର୍ ପାଟିଲ୍ ମଧ୍ୟ ସୋମବାର ସୋସିଆଲ ମିଡିଆରେ ଦଲାଲଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।




  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.