ରାଣେଙ୍କ ଗିରଫକୁ ନେଇ ଜେ.ପି.ନଡ୍ଡା ଓ ଦେବେନ୍ଦ୍ର ଫଡନବୀଶଙ୍କ ତୀବ୍ର ପ୍ରତିକ୍ରିୟା, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | August 24, 2021 IST

ନୂଆଦିଲ୍ଲୀ ୨୪।୮: କେନ୍ଦ୍ର ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ମହାରାଷ୍ଟ୍ରରେ ଗିରଫଦାରୀକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳର ଜାତୀୟ ସଭାପତି ଜେ.ପି. ନଡ୍ଡା, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ, ସିଦ୍ଧାର୍ଥନାଥ ସିଂହ ଓ କେ.ଏ. ଅନ୍ନାମଲାଇ ପ୍ରମୁଖ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିରେ ବିଜେପି ଜାତୀୟ ସଭାପତି ଘଟଣାକୁ ସାମ୍ବିଧାନିକ ମୂଲ୍ୟର ଘୋର ଉଲ୍ଲଂଘନ ବୋଲି କହିଛନ୍ତି।

wp:embed {"url":"https://twitter.com/JPNadda/status/1430123034602442762","type":"rich","providerNameSlug":"twitter","responsive":true}
https://twitter.com/JPNadda/status/1430123034602442762
/wp:embed

ଏ ନେଇ ଜେ.ପି.ନଡ୍ଡା ଏକ ଟ୍ୱିଟ୍ ପୋଷ୍ଟ କରିଥିବା ବେଳେ ‘ଜନ ଆଶିର୍ବାଦ’ଯାତ୍ରାରେ ମିଳୁଥିବା ଅପାର ଜନସମର୍ଥନକୁ ଡରି ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାର ଏପରି କାଣ୍ଡ ଭିଆଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ଆମେ ଡରି ଯିବୁନି କି ଦବି ଯିବୁନି ବୋଲି ନଡ୍ଡା ସ୍ପଷ୍ଟ କରିଦେଇଛନ୍ତି। ଏହି ଯାତ୍ରା ଜାରି ରହିବ ଓ ଗଣତାନ୍ତ୍ରିକ ଉପାୟରେ ଆମେ ଲଢି ଚାଲିବୁ ବୋଲି ସୂଚାଇ ଦେଇଛନ୍ତି।

wp:embed {"url":"https://twitter.com/Dev_Fadnavis/status/1430147159534407686","type":"rich","providerNameSlug":"twitter","responsive":true}
https://twitter.com/Dev_Fadnavis/status/1430147159534407686
/wp:embed

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ମଧ୍ୟ ଏକ ଟ୍ୱିଟ୍‌ ପୋଷ୍ଟ କରିଛନ୍ତି। ଏଥିରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ବିରୋଧରେ ରାଜ୍ୟ ସରକାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ କରିଥିବା ଫଡନବୀଶ ଅଭିଯୋଗ କରିଛନ୍ତି। ଦମନ ଲାଗି ପୋଲିସ ବଳକୁ ଉପଯୋଗ କରାଯିବା ମଧ୍ୟ ନିନ୍ଦନୀୟ ବୋଲି କହିଛନ୍ତି। ଯେଉଁଠି ଶରଜିଲ ଉଷ୍ମାନୀକୁ ରାଜ୍ୟ ସରକାର ଛାଡି ଦେଉଛନ୍ତି ସେଠି ନାରାୟଣ ରାଣେଙ୍କୁ ଗିରଫ କରୁଛନ୍ତି। ଏହାହିଁ ଉଦ୍ଧବଙ୍କ ହିନ୍ଦୁତ୍ୱ ବୋଲି ଫଡନବୀଶ ଉଲ୍ଲେଖ କରିଛନ୍ତି।

wp:embed {"url":"https://twitter.com/annamalai_k/status/1430125361262563332","type":"rich","providerNameSlug":"twitter","responsive":true}
https://twitter.com/annamalai_k/status/1430125361262563332
/wp:embed

ସେହିପରି ଉତ୍ତରପ୍ରଦେଶ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ ଏକ ଟ୍ୱିଟ୍‌ ପୋଷ୍ଟ କରି ଏହି ଗିରଫଦାରୀକୁ ନିନ୍ଦା କରିଥିବା ବେଳେ ତାମିଲନାଡୁ ବିଜେପି ମୁଖ୍ୟ ମଧ୍ୟ ଟ୍ୱିଟ୍‌ ପୋଷ୍ଟ କରି ଏହା ଏକ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି। ରାଜ୍ୟରେ ଉଦ୍ଧବ ସରକାର କ୍ଷମତା ମଦରେ ଏତେ ଅନ୍ଧ ହୋଇଯାଇଛନ୍ତି ଯେ ଦେଶର ଆଇନ ଓ କାନୁନକୁ ମଧ୍ୟ ଖାତିର କରୁ ନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.