CAA ସପକ୍ଷରେ ଆଜି ବିଜେପିର ଜନଜାଗରଣ ଯାତ୍ରା

Published By : Prameya-News7 Bureau | January 05, 2020 IST

ନୂଆଦିଲ୍ଲୀ ୫/୧: CAA ସପକ୍ଷରେ ଆଜି ବିଜେପି ଜନଜାଗରଣ ଯାତ୍ରା କରିଛି। ଦେଶର ବିଭିନ୍ନ ସହରରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀମାନେ ସିଏଏ ସଂପର୍କରେ ଲୋକଙ୍କୁ ବୁଝାଇଛନ୍ତି। ଏହି କ୍ରମରେ କେନ୍ଦ୍ରାପଡ଼ା ମହାକାଳପଡ଼ା କାର୍ଯ୍ୟକ୍ରରେ ଯୋଗ ଦେଇଥିଲେ ଫଗନ ସିଂଗ କୁଲସ୍ତେ ଆଉ ପୁରୀ ଆସିଥିଲେ ରାଜୀବ ପ୍ରତାବ ରୁଡ୍ଡି। ସେପଟେ ଅମିତ ଶାହା ଆଜି ଦୋହରାଇଛନ୍ତି ଇଞ୍ଚେବି ପଛକୁ ହଟିବେନି କେନ୍ଦ୍ର ସରକାର।

{"id":207305,"sizeSlug":"large"}

ନାଗରିକତା ସଂଶୋଧନ ଆଇନର ଉଦ୍ଦେଶ୍ୟ ନୁହେଁ କାହାରି ନାଗରିକତା ଛଡ଼େଇନେବା ବରଂ ସିଏଏ ଦେଶକୁ ଆସିଥିବା କିଛି ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ। ଏମିତି କିଛି ବାର୍ତ୍ତା ଦେଇ ବିଜେପି ଆଜି ଦେଶବ୍ୟାପୀ କରିଛି ଜନଜାଗରଣ ଯାତ୍ରା। କେନ୍ଦ୍ରାପଡା ମହାକାଳପଡା ସ୍ଥିତ ରାମଚଣ୍ଡି ପୀଠ ପଡିଆଠାରେ ନାଗରିକ ସଂଶୋଧନ ଆଇନ ସମ୍ପର୍କରେ ଜନ ସଚେତନା ରାଲିରେ ଯୋଗ ଦେଇଛନ୍ତି କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଫଗନ ସିହ କୁଲସ୍ତେ। ମହାକାଳପଡାରେ ମାଆ ରାମଚଣ୍ଡୀଙ୍କୁ ଦର୍ଶନ କରି ରାଲି ଆରମ୍ଭ କରିଥିଲେ କୁଲସ୍ତେ। ପରେ ସାଧାରଣ ସଭାର ଯୋଗ ଦେଇଥିଲେ। ଏଥିସହିତ ମହାକାଳପଡାର ଶରଣାର୍ଥୀଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ କୁଲସ୍ତେ ।

{"id":207307,"sizeSlug":"large"}

ସାରା ରାଜ୍ୟରେ ବିଜେପି ୫ଟି ଶୋଭାଯାତ୍ରା କରିବ। ଏହି ଅବସରରେ ପୁରୀରେ ରାଜୀବ ପ୍ରତାପ ରୁଡି କହିଛନ୍ତି ନାଗରିକତା ଆଇନ ସଂପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲେ ଦେଶରେ ହିଂସାତ୍ମକ ସ୍ଥିତି ଉପୁଜିନଥାନ୍ତା । ବିଜେପିର ଏହି ଅଭିଯାନକୁ ସିଧା ସମାଲୋଚନା କରିଛି କଂଗ୍ରେସ । ଏହା ଦେଶର ଅଖଣ୍ଡତା ଓ ଏକତାକୁ କୁଠାରଘାତ କରୁଛି ବୋଲି କଂଗ୍ରେସ କହିଛି । ସେପଟେ ସଂସଦରେ ସିଏଏକୁ ସମର୍ଥନ କରିଥିବା ବିଜେଡି କହିଛି ସିଏଏକୁ ନେଇ ଦଳ ପକ୍ଷରୁ କୌଣସି ଆପତ୍ତି ନାହିଁ । ତେବେ ଏନଆରସିକୁ ବିଜେଡି ବିରୋଧ କରୁଛି।

{"id":207308,"sizeSlug":"large"}

ଦେଶର ସମସ୍ତ ରାଜ୍ୟରେ ବିଜେପି ଅନୁରୂପ କାର୍ଯ୍ୟକ୍ରମମାନ ଆୟୋଜନ କରିଛି। ଯେଉଁଥିରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେଇଥିଲେ। ଦିଲ୍ଲୀରେ ବିଜେପି ମଧ୍ୟ ଆଜି ଆୟୋଜନ କରିଥିଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ। ଆଉ ଏଥିରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ସିଏଏ ପ୍ରସଙ୍ଗରେ ସରକାର ଇଞ୍ଚେଇ ବି ପଛକୁ ହଟିବେନି।

ସିଏଏକୁ ନେଇ ବିଜେପି ତଥା କେନ୍ଦ୍ର ସରକାର ବଲିଉଡ଼ର ସାହାଯ୍ୟ ବି ଲୋଡ଼ିଛନ୍ତି। ଏନେଇ ମୁମ୍ବାଇର ହୋଟେଲ ହାୟାତରେ ଏକ ଡିନରର ପାର୍ଟିର ଆୟୋଜନ କରାଯାଇଛି। ଯେଉଁଥିରେ ବଲିଉଡ଼ କଳାକାରଙ୍କ ସହିତ ଏକାଠି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟାଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.