‘ପରୀ’କୁ ନ୍ୟାୟ ଦାବିରେ ରାଜଭବନ ସମ୍ମୁଖରେ ବିଜେପିର ଧାରଣା : କଂଗ୍ରେସ କହିଲା ବିଜେଡି-ବିଜେପି ସଲାସୁତରା, ବିଜେଡି କହିଲା ୨ ସପ୍ତାହ କର ଅପେକ୍ଷା

Published By : Prameya-News7 Bureau | December 07, 2020 IST

ଭୁବନେଶ୍ବର ୭।୧୨: ‘ପରୀ’କୁ ନ୍ୟାୟ ଦେବା ଦାବିରେ ରାଜ୍ୟ ବିଜେପି ପକ୍ଷରୁ ଧାରଣା । ରାଜଭବନ ସମ୍ମୁଖରେ ରାଜ୍ୟ ବିଜେପି ନେତା ଓ କର୍ମୀମାନେ ଧାରଣା ଦେଇଛନ୍ତି । ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଛି ବିଜେପି ।

{"id":373898,"sizeSlug":"large"}

ସେପଟେ ବିଜେପିର ଧାରଣା ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ନିରଞ୍ଜନ କହିଛନ୍ତି ପିପିଲିଠୁ ନେଇ କୁନ୍ଦୁଲି ପର୍ଯ୍ୟନ୍ତ ବିଜେପି କେବେ ଏମିତି ପ୍ରତିବାଦ କରିଥିଲା । ରାଜ୍ୟରେ ବିଜେପି ଓ ବିଜେଡି ସମ୍ପର୍କ ବିଷୟରେ ଲୋକଙ୍କ ପାଖକୁ ମେସେଜ ଯାଇଛି । ସେଥିରୁ ବର୍ତ୍ତିବା ପାଇଁ ବିଜେପି ଏଭଳି କାର୍ଯ୍ୟ କରୁଛି । ନୟାଗଡ ଘଟଣାରେ ବହୁ ପୂର୍ବରୁ ପ୍ରତିବାଦ କରିଛି କିନ୍ତୁ ବିଜେପି କେବେ ଆସିଲା ପ୍ରତିବାଦକୁ ସେମାନେ କୁହନ୍ତୁ । ୧୯ଟି ସିବିଆଇ କେସ୍ ଓଡ଼ିଶାରେ ପଡି ରହିଛି । କେତେଟାର ଫଳାଫଳ ଆସିଛି ।

{"id":373899,"sizeSlug":"large"}

ଅନ୍ୟପଟେ ବିଜେଡି କହିଛି ଏସଆଇଟି ତଦନ୍ତ ଚାଲିଛି । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦୁଇ ସପ୍ତାହ ସମୟ ମାଗିଛନ୍ତି । ତେଣୁ ଦୁଇ ସପ୍ତାହ ଅପେକ୍ଷା କରାଯାଉ । ସବୁଦିନ ପ୍ରତିବାଦ ନ କରି ପ୍ରକୃତ ତଥ୍ୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ । ଏହା ଏକ ସମ୍ବେଦନଶୀଳ ଘଟଣା । ସମସ୍ତେ ଚାହୁଁଛନ୍ତି ପରୀକୁ ନ୍ୟାୟ ମିଳୁ । ଘଟଣାକୁ ବେଶି ରାଜନୀତି କରଣ ନ କରାଯାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.