ଖଇରା ଥାନା IICଙ୍କ ପାତର ଅନ୍ତର ଅଭିଯୋଗ, ଥାନା ସମ୍ମୁଖରେ ବିଜେପି ପକ୍ଷରୁ ଧାରଣ

Published By : Prameya-News7 Bureau | December 01, 2020 IST

ସୋର ୧।୧୨: ବାଲେଶ୍ବର ଜିଲ୍ଲା ଖଇରା ଥାନାରେ ମନମୁଖୀ କାର୍ଯ୍ୟ ଓ ପାତର ଅନ୍ତର କାର୍ଯ୍ୟକଳାପ ହେଉଥିବା ଅଭିଯୋଗ । ସାଧାରଣ ଗରିବ ଖଟିଖିଆ ଲୋକମାନେ ଥାନାରେ ନ୍ୟାୟ ନପାଇ ହଇରାଣ ହେଉଥିବା ଅଭିଯୋଗ କରି ଖଇରା ଥାନା ଗେଟ୍ ସମ୍ମୁଖରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ପଦ୍ମଲୋଚନ ପଣ୍ଡାଙ୍କ ନେତୃତ୍ବରେ ଗଣଧାରଣା ଦେଇଥିଲେ ।

ଏହି ଧାରଣାରେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବିଜେପି ନେତ୍ରୀ ଶୋଭନା ମହାନ୍ତି, ଚିନ୍ମୟୀ ମହାପାତ୍ର, ଝିଙ୍କିରିଆ ସମିତି ସଭ୍ୟ କୈଳାସ ମାଝୀ, ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପଟେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶେଷରେ ଖଇରା ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ସହିତ ଆଲୋଚନା କରିଥିଲେ । ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଖଇରା ଆଇଆଇସି ସୁବ୍ରତ କୁମାର ବେହେରା ଅଭିଯୋଗକୁ ଖଣ୍ଡନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.