suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଜେପିର ବନ୍ଧୁମିଳନ କାର୍ଯ୍ୟକ୍ରମ, ଯୋଗଦେଲେ ବହୁ ନେତା ଓ କର୍ମୀ

2/02/2023 at 11:59 AM

ଭୁବନେଶ୍ୱର ୦୨।୦୨ : ବିଜେପିର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ଆହ୍ୱାନ କ୍ରମେ ଜଟଣୀର ଲୋକପ୍ରିୟ ଯୁବନେତା ଶ୍ରୀ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନେତୃତ୍ୱରେ ଜଟଣୀ ନିର୍ବାଚନ ମଣ୍ଡଳୀର ୩୧ ଗୋଟି ପଞ୍ଚାୟତ ଏବଂ ଜଟଣୀ ମୁନିସିପାଲିଟିରେ ଗଠିତ ୨୫୪ ଗୋଟି ବୁଥର ସମସ୍ତ ନେତୃତ୍ୱ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବନ୍ଧୁମିଳନ ଅନୁଷ୍ଠିତ ହୋଇଛି।

ଚନ୍ଦକା କଣ୍ଟାବାଡ଼ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ମହୋଦୟ ସମସ୍ତ କର୍ମୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ମନ୍ତ୍ର ଦେଇଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସହ ଆଗାମୀ ଦିନରେ ଦଳପ୍ରତି ସାଧାରଣ ଜନତାଙ୍କ ସମର୍ଥନ ବଢାଇବା ନିମନ୍ତେ ଆହ୍ୱାନ ଦେଇଛନ୍ତି।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଭିନ୍ନ ପଞ୍ଚାୟତରୁ ଶତାଧିକ କଂଗ୍ରେସ ଏବଂ ବିଜେଡି କାର୍ଯ୍ୟକର୍ତ୍ତା ବିଜେପି ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ରାଜ୍ୟ ବରିଷ୍ଠ ବିଜେପି ନେତା ମଧ୍ୟ ଯୋଗଦେଇଥିଲେ ।

   Related Posts