ଭୁବନେଶ୍ୱର ୨୦।୦୯: ରାଜ୍ୟ ବିଜେପି ପକ୍ଷରୁ ପ୍ରେସମିଟ୍ । ଓଡିଶାର ବିଜେଡି ସରକାର ମାକୁ ସମ୍ମାନର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ NCRB ରିପୋର୍ଟ ତଥ୍ୟ କହୁଛି ମହିଳା ଓଡ଼ିଶାରେ ସବୁଠାରୁ ଉପେକ୍ଷିତ । ମହିଳାଙ୍କ ଉପରେ ଅତ୍ୟାଚାର ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବଢିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୋଷୀଙ୍କୁ ଦଣ୍ଡ ଦେବା ହାର ମାତ୍ର ୯% । ତେଣୁ ଅଧିକ ଅପରାଧ ପାଇଁ ସାହସ ପାଉଛନ୍ତି ଅପରାଧୀ । ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛି । ଅଧିକାଂଶ ଅପରାଧୀ ଶାସକ ଦଳର ନେତା କିମ୍ବା ଶାସକ ଦଳର ସମର୍ଥକ । ତେଣୁ ପୋଲିସ ଉପରେ ଚାପ ପକାଯାଉଛି । ୨୦୧୯ରେ ୧.୨୧ ଅପରାଧିକ ମାମଲା ଓ ୨୦୨୦ରେ ୧.୩୪ଲକ୍ଷ ଅପରାଧିକ ମାମଲା ରୁଜୁ ହୋଇଛି । ଗଣଦୁଷ୍କର୍ମ ଏବର୍ଷ ୨୦ଟି ହେଇଛି, ୩୦୭୭୫ମହିଳା ଅପହରଣ । କ୍ରାଇମ୍ ରେଟ୍ ଜାତୀୟ ହାରଠାରୁ ୪ ଗୁଣ ଅଧିକ । କୋଭିଡ ସମୟରେ ମହିଳା ବିରୋଧୀ ଅପରାଧ ସାରା ଦେଶରେ କମିଥିବା ବେଳେ ଓଡ଼ିଶାରେ ୧୦% ବଢିଛି । ଓଡ଼ିଶାରେ ଗତବର୍ଷ ତୁଳନାରେ ୭୬% ସାଇବର ଅପରାଧ ବଢିଛି । ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ କ୍ଷେତ୍ରରେ ୬୦% ଅପରାଧ ବଢିଛି ।
ବିଜେପି ଆହୁରି ଅଭିଯୋଗ କରିଚି ଯେ, ସ୍ୱିଗି ବୟ ଭଳି ଅଯଥା କାମରେ ଲାଗି ପୋଲିସ ଯାତ୍ରା କରୁଛି କିନ୍ତୁ ପ୍ରକୃତ ଅପରାଧର ତଦନ୍ତ କରୁନି । ୧୫ବର୍ଷର ପିଲା ରାଜଧାନୀ ଡ୍ରେନରେ ଭାସି ଜୀବନ ହରାଉଛି କିନ୍ତୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିନାହାନ୍ତି । ଏହାକୁ ଆମେ ନିନ୍ଦା କରୁଛୁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଗକୁ ମହିଳା ଅତ୍ୟାଚାର ପ୍ରସଙ୍ଗରେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।