ରତ୍ନଭଣ୍ଡାର ଚାବି ନମିଳିବା ପ୍ରସଙ୍ଗରେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ପ୍ରେସମିଟ୍ ; ଜବାବ ରଖିଲା ବିଜେଡି
10/06/2018 at 10:19 AM

ରତ୍ନଭଣ୍ଡାର ଚାବି ନମିଳିବା ପ୍ରସଙ୍ଗରେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ପ୍ରେସମିଟ୍ :
‘ଏହା ରାଜ୍ୟ ସରକାରଙ୍କ ଅପାରଗତାକୁ ପ୍ରମାଣିତ କରିଛି…ରତ୍ନଭଣ୍ଡାରରେ ମୂଲ୍ୟବାନ ଅଳଙ୍କାର ଅସୁରକ୍ଷିତ ବୋଲି ସନ୍ଦେହ ବଢିଛି…କାର୍ଯ୍ୟାନୁଷ୍ଠାନ ନନେଇ ତଦନ୍ତ କମିନଶନ ଘୋଷଣା, ଆଖିରେ ଧୂଳି ଦେଲା ଭଳି…ଗଜପତିଙ୍କୁ ଏ ମାମଲାରେ ଟାଣିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି…ଏହାକୁ ନେଇ କାଲିଠୁ ଜନ ଜାଗରଣ କରିବ ବିଜେପି…କାଲି ଜିଲ୍ଲା ମୁଖ୍ୟାଳୟ ଓ ସବ ଡିଭିନ ମୁଖ୍ୟାଳୟରେ ହେବ ବିକ୍ଷୋଭ…ସପ୍ତାହେ ବ୍ୟାପୀ ସବୁ ଥାନା ସମ୍ମୁଖରେ ବିକ୍ଷୋଭ ହେବ, ଏତଲା ଦିଆଯିବ…ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରରେ ସମୂହ ଦୀପ ଦାନ କରାଯିବ’
ପ୍ରତିକ୍ରିୟା ରଖିଲେ ବିଜେଡି ଉପସଭାପତି ଦେବୀ ମିଶ୍ର-‘ଜଗନ୍ନାଥ ହେଉଛନ୍ତି ସର୍ବଧର୍ମର ପ୍ରତୀକ…ମହାପ୍ରଭୁ ଜଗନ୍ନାଥଙ୍କୁ ପଲିଟିକ୍ସକୁ ଟାଣିବା ଉଚିତ ନୁହେଁ…କାହାର ଭାବବେଗକୁ ନେଇ ଖେଳିବା ଅନୁଚିତ…ମାନ୍ୟବର ମୁଖ୍ୟମନ୍ତ୍ରୀ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି…ତଦନ୍ତ ହେଲେ କେଉଁଟା ସତ କେଉଁଟା ମିଛ ଜଣାପଡିଯିବ…ବିଜେପି ଏହାକୁ ନେଇ ରାସ୍ତାକୁ ଯିବା ଅପସଂସ୍କୃତି ଆଡକୁ ଯାଉଛି ବୋଲି ପ୍ରମାଣିତ କରୁଛି’