ବିଭିନ୍ନ ବିଭାଗର ସମୀକ୍ଷା ନେଇ ବିଜେପିର ପ୍ରେସମିଟ୍ ; ଶିଳ୍ପ, ପଞ୍ଚାୟତିରାଜ, କୃଷି ଓ ଉଚ୍ଚଶିକ୍ଷା ବିଭାଗକୁ ଟାର୍ଗେଟ କଲା ବିଜେପି
Published By : Prameya-News7 Bureau | May 10, 2018 IST
ଶିଳ୍ପ, ପଞ୍ଚାୟତିରାଜ, କୃଷି ଓ ଉଚ୍ଚଶିକ୍ଷା ବିଭାଗକୁ ଟାର୍ଗେଟ କଲା ବିଜେପି
ବିଜୁବାବୁଙ୍କ ସ୍ବପ୍ନର ଓଟିଏମ୍ର ଭବିଷ୍ୟତ କଣ ହେଲା ସେକଥା ଜଣାନ୍ତୁ…ମେକ୍ ଇନ୍ ଓଡିଶାରେ କେତେ ପୁଞ୍ଜି ନିବେଶ ହୋଇଛି ତାହା ଜଣାନ୍ତୁ… ୯୨ଟି ଏମ୍ଓୟୁ ହୋଇଥିଲା ସେଥିମଧ୍ୟରୁ ଜମା ୩ଟି କାମ … କରୁଛି, ଅନ୍ୟଗୁଡିକର ସ୍ଥିତି କଣ ଜଣାନ୍ତୁ … କଳିଙ୍ଗ ଷ୍ଟୁଡିଓ ପୁନଃଉଦ୍ଧାର ହେଉନାହିଁ କାହିଁକି … ଶିଳ୍ପରେ ନିଯୁକ୍ତି କଥା କହିଥିଲେ , ଆଜି ଯାଏଁ କେତେ ନିଯୁକ୍ତି ଦେଇଛନ୍ତି ଜଣାନ୍ତୁ … ରାଜ୍ୟରେ ପିଇବା ପାଣି ମିଳୁନି … କେନ୍ଦ୍ରରୁ ଅର୍ଥ ଆସୁଛି କିନ୍ତୁ ବିନିଯୋଗ କରିପାରୁନହାନ୍ତି
ପଞ୍ଚାୟତିରାଜ ବିଭାଗ :
ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବିଭାଗ ଟ୍ରାନ୍ସପାରେନ୍ସି ନୁହେଁ ଟ୍ରିକରେ ଚାଲିଛି, ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାରେ ବିଫଳ ହୋଇଛନ୍ତି ସରକାର
କୃଷି ବିଭାଗ :
କୃଷି ଓ କୃଷକଙ୍କ କ୍ଷେତ୍ରରେ ରାଜ୍ୟ ସରକାର ବିକାଶ କରିନାହାନ୍ତି, ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢୁଛି, କୃଷି ଋଣ ଛାଡ କରିବା କଥା କରୁନାହାନ୍ତି, ତେଲେଙ୍ଗାନା ଭଳି ରାଜ୍ୟଠାରୁ ମଧ୍ୟ ପଛରେ ପଡିଛି ଓଡିଶା
ଉଚ୍ଚଶିକ୍ଷା ବିଭାଗ :
ରାଜ୍ୟରେ ଅଧ୍ୟାପକ ପଦବୀ ଖାଲି ପଡିଛି ପୂରଣ ହେଉନି, ୫୨୬ ଖାଲି ପଦବୀ କେବେ ପୂରଣ ହେବ, ଡିଗ୍ରୀ କଲେଜଗୁଡିକରେ ୬୦୦ ପଦବୀ ଖାଲି ପଡିଛି,୨୦୧୫ ନିଷ୍ପତ୍ତି ଅନୁଯାୟୀ ସବୁ କଲେଜର ଦକ୍ଷତା ବିକାଶ ଖୋଲିବା କଥା କଣ ହେଲା, ଛାତ୍ର ସଂସଦ ନିର୍ବାଚନ ମଧ୍ୟ ଠିକ ଭାବେ ହେଉନି