ନୂଆଦିଲ୍ଲୀ ୧୭।୦୮: ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ପ୍ରସଙ୍ଗରେ ପୁଣି ଥରେ ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍ ଲଢେଇ ଆରମ୍ଭ ହୋଇ ଯାଇଛି। ଏହି କ୍ରମରେ ଭାରତୀୟ ଜନତା ପାର୍ଟିର ସଭାପତି ଜେପି ନଡ୍ଡା କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ନଡ୍ଡା କହିଛନ୍ତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଚୀନଠୁ ଅର୍ଥ ନେଇଛନ୍ତି।
ନଡ୍ଡା ଅନେକ ଟ୍ଵିଟ୍ କରି ରାହୁଲ ଗାନ୍ଧୀଙ୍କ ଉପରେ ହମଲା କରି ଲେଖିଛନ୍ତି ଯେ, ଏମିତି ତେବେ ହୁଏ ଯେବେ 'ପ୍ରିନ୍ସ ଅଫ ଇନକମ୍ପିଟେସନ' ବିନା ଏବଂ ବିନା ବୁଝି ବିଚାରି କେହି ଲେଖା ସେୟାର କରେ। ଅନ୍ୟ ଆରଟିଆଇର ବିବରଣ ବିଷୟରେ ଜାଣିବା ପାଇଁ ଆଉ ଏକ ଆରଟିଆଇ ଦାୟର କରାଯାଇଥିଲା ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଆପଣଙ୍କ ଦ୍ଵାରା ହିଁ ଏହି ପାରଦର୍ଶିତା ଉପରେ ହମଲା ହୋଇଛି, ଯାହାକୁ ଆପଣ ଦେଶରେ ପ୍ରଥମ ଥର ଲାଗୁ କରିଥିଲେ। ଆପଣଙ୍କ ଏହି କାର୍ଯ୍ୟଶୈଳୀ ଦର୍ଶାଉଛି ଯେ, ଆପଣଙ୍କ କ୍ୟାରିୟର କେବଳ ମିଥ୍ୟା ଖବର ପ୍ରଚାର ଉପରେ ଆଧାରିତ।
wp:html/wp:htmlYour family’s dubious legacy includes appropriating a permanent position in PMNRF and then diverting money from PMNRF into your family trusts.
— Jagat Prakash Nadda (@JPNadda) August 17, 2020
You and your mother also took money from the Chinese to hurt our national interest. Can anyone stoop lower?
ଜେପି ନଡ୍ଡା ସୋମବାର ରାହୁଲ ଗାନ୍ଧୀଙ୍କ ଉପରେ ଟାର୍ଗେଟ୍ କରି ଟ୍ଵିଟ୍ କରିଛନ୍ତି ଆପଣଙ୍କ ପରିବାରର ସନ୍ଦିଗ୍ଧ ବିରାସତରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା କୋଷରେ ଏକ ସ୍ଥାୟୀ ସ୍ଥିତି ଲାଗୁ କରିବା ଏବଂ ପୁଣି ପିଏମଏନଏଫଆରରୁ ଆପଣଙ୍କ ପରିବାରର ଟ୍ରଷ୍ଟରେ ଅର୍ଥ ଟ୍ରାନ୍ସଫର କରିବା ସାମିଲ।
ନଡ୍ଡା ରାହୁଲ ଓ ସୋନିଆ ଗାନ୍ଧୀଙ୍କ ଉପରେ ଗୁରୁତର ଆରୋପ ଲଗାଇ କହିଛନ୍ତି, ଆପଣ ଏବଂ ଆପଣଙ୍କ ମା ଆମର ରାଷ୍ଟ୍ରୀୟ ହିତକୁ ଆଘାତ ଦେବା ପାଇଁ ଚୀନଠୁ ବି ଅର୍ଥ ନେଲେ। କଣ କେହି ଏତେ ତଳକୁ ଖସି ପାରେ ?
ନଡ୍ଡା ଲେଖିଛନ୍ତି- ପୂରା ଦେଶକୁ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଅଭିଯାନ ଓ ପ୍ରୟାସ ଉପରେ ପୂରା ଭରସା ରହିଛି। ଏହି ବିଶ୍ଵାସ ପୁଣି ଥରେ ପିଏମ କେୟାର୍ସରେ ବିପୁଳ ସମର୍ଥନ ସହିତ ଦେଖିବାକୁ ମିଳିଛି। ଆପଣ ହାରିବା ଲୋକ ହୋଇ ଥିବାରୁ ଆପଣ କେବଳ ମିଥ୍ୟା ଖବର ପ୍ରଚାର କରିବେ।