୫ବର୍ଷରେ ଓଡିଶାକୁ କେନ୍ଦ୍ର ଦେଇଥିବା ଅନୁଦାନର ହିସାବ ଦେଲେ ଶାହ ; ଅଭିଯୋଗ କଲେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିନାହିଁ ପାଣ୍ଠି

Published By : Prameya-News7 Bureau | January 29, 2019 IST

ସାଲେପୁର ୨୯|୧: ଓଡିଶା ଗସ୍ତରେ ଆସି କେନ୍ଦ୍ର ୫ବର୍ଷରେ ଓଡିଶାକୁ କେନ୍ଦ୍ର ଦେଇଥିବା ଅନୁଦାନର ହିସାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ସାଧାରଣ ଲୋକଙ୍କ ପାଖରେ କେନ୍ଦ୍ରୀୟ ଅନୁଦାନ ପହଞ୍ଚିନଥିବାର ଅଭିଯୋଗ ମଧ୍ୟ କରିଛନ୍ତି । ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶାହ । କେନ୍ଦ୍ର ଦେଉଥିବା ଅନୁଦାନ ଅର୍ଥକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି । କାରଣ ରାଜ୍ୟର ବିକାଶ ଚାହୁଁନାହାନ୍ତି ରାଜ୍ୟ ସରକାର ।

{"id":79427}

ଓଡିଶାର ନୂଆ ରଚନା ପାଇଁ ସଂକଳ୍ପବଦ୍ଧ ମୋଦି ସରକାର । ସହିଦଙ୍କ ଅଧୁରା ସ୍ବପ୍ନ ପୂରଣ କରିବାକୁ ମୋଦି ହିଁ ସକ୍ଷମ ବୋଲି ଶାହ କହିଛନ୍ତି । ଦିଲ୍ଲୀ ଓ ଭୁବନେଶ୍ବରରେ ବିଜେପିର ସରକାର ହେବ । ଓଡିଶାର ବିକାଶ ପାଇଁ ଓଡିଆ କହୁଥିବା ମୁଖ୍ୟମନ୍ତ୍ରୀ ଦରକାର ବୋଲି ସେ କହିଛନ୍ତି । ବିଜେପି ଆଦିବାସୀ, ଦଳିତଙ୍କ ସ୍ବାର୍ଥରକ୍ଷା ପାଇଁ ସବୁବେଳେ ଯତ୍ନଶୀଳ ।

{"id":79425}

ବର୍ତ୍ତମାନ ଲୋକଙ୍କ ଘରେ ଘରେ ପହଞ୍ଚିଛି ରୋଷେଇ ଗ୍ୟାସ୍ । ମାଆ, ଭଉଣୀଙ୍କ ପାଇଁ ହୋଇଛି ଶୌଚାଳୟ ସୁବିଧା । ଶ୍ରୀଜିଉଙ୍କ ରତ୍ନଭଣ୍ଡାରକୁ ସୁରକ୍ଷା ଦେଇପାରୁନାହାନ୍ତି ରାଜ୍ୟ ସରକାର । ଓଡିଶାରେ ପ୍ରଚୁର ଖଣିଜ ପଦାର୍ଥ ରହିଛି । ଦାରିଦ୍ର୍ୟ ଲୋକଙ୍କ ପିଛା ଛାଡୁନି, ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ଶାହ ।

{"id":79428}

ମଜଭୁତ ସରକାର କେବଳ ମୋଦିଙ୍କ ନେତୃତ୍ବରେ ସମ୍ଭବ ବୋଲି ସେ କହିଛନ୍ତି । ମୋଦିଙ୍କ ନେତୃତ୍ବକୁ ସାରା ବିଶ୍ବ ପ୍ରଶଂସା କରୁଛି । ଓଡିଶାର ବିକାଶ କରିବାକୁ ବିଜେଡି ଓ କଂଗ୍ରେସ ଅକ୍ଷମ । ୨୦୧୯ର ଭୋଟ୍ ଫଳାଫଳ ଏବେଠୁ ଜଳଜଳ ହୋଇ ଦିଶୁଛି । ମୋଦିଙ୍କୁ ସମର୍ଥନ ଦେଲେ ଦେଶ ଓ ରାଜ୍ୟର ବିକାଶ ବୋଲି ଶାହ କହିଛନ୍ତି । ୟୁପିଏ ସରକାର ଓ ରାହୁଲଙ୍କୁ କଡା ସମାଲୋଚନା କରିଛନ୍ତି ଶାହ । ବିଜେଡି ଓ କଂଗ୍ରେସ ଗୋଟିଏ ମୂଦ୍ରାର ଉଭୟ ପାର୍ଶ୍ବ । ବିଜେପିକୁ ୫ବର୍ଷ ଦିଅ ଓଡିଶାକୁ ୧ ନଂ କରିବୁ ବୋଲି ଶାହ କହିନ୍ତି ।

{"id":79429}

ଦିନିକିଆ ଓଡିଶା ଗସ୍ତରେ ଆସି ଅମିତ ଶାହ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ହେଲିକପ୍ଟରରେ ସାଲେପୁର ସତ୍ୟଭାମାପୁରରେ ପହଞ୍ଚିଥିଲେ । ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଅମିତ ଶାହା । ମଧୁବାବୁଙ୍କ ଜନ୍ମପୀଠକୁ ଆସି ଗୌରବାନ୍ବିତ ହେବା ସହ ଓଡିଆ ଭାଷା ଓ ଉତ୍କଳ ପ୍ରଦେଶ ଗଠନ ନେଇ ମଧୁବାବୁଙ୍କ ଅତୁଳନୀୟ ଅବଦାନ ରହିଛି ବୋଲି ଅମିତ କହିଛନ୍ତି । ଏହାପରେ ସେଠାରୁ ସିଧାସଳଖ କୁଳିଆ ପଡିଆ ଜନସଭାରେ ଯୋଗ ଦେଇଥିଲେ ଅମିତ ଶାହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.