ବିଜେପି ରାଜ୍ୟରେ ସରକାର ଗଢିଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ : ଅମିତ ଶାହା

Published By : Prameya-News7 Bureau | April 27, 2019 IST

ମୋରଡା ୨୭|୪: ପ୍ରଚାରର ଶେଷ ଦିନରେ  ବିଜେପି  ଅଧ୍ୟକ୍ଷ ଅମିତ ଓଡିଶା ଗସ୍ତରେ ଆସି ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଛନ୍ତି । ମୟୂରଭଞ୍ଜ ମୋରଡାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି  ।  ଶାହା କହିଛନ୍ତି, ସାରା ଦେଶରେ ଏବେ ମୋଦି ହାୱା ଚାଲିଛି । ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ଲାଗୁ ନକରି  ଓଡିଶାବାସୀଙ୍କ କ୍ଷତି କରୁଥିବା ଦର୍ଶାଇ ଶାହା କହିଛନ୍ତି , ବିଜେପି ରାଜ୍ୟରେ ସରକାର ଗଢିଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ଏହା ସହ ସେ ପଦ୍ମ  ଚିହ୍ନରେ ଭୋଟ୍ ଦେବାକୁ ଆହ୍ବାନ କରିବା ସହ ଏବେର ରାଜ୍ୟ ସରକାରକୁ ଓପାଡି ଫିଙ୍ଗି ଦେବାକୁ ପୁଣି ଥରେ  କହିଛନ୍ତି ।

{"id":107987}

ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବରିଷ୍ଠ ବିଜେପି ନେତା, ଦଳୀୟ ପ୍ରାର୍ଥୀ   ଉପସ୍ଥିତ ଥିଲେ ।   ଆଜି ଯାଜପୁର ସୁକିନ୍ଦାରେ ବି ହେବାକୁ ଥିବା ବିଜୟ ସଙ୍କଳ୍ପ ସମାବେଶରେ  ମଧ୍ୟ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଅମିତ ଶାହା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.