ଓଡିଶାରେ ବିଜେପି ସରକାରକୁ ଆସିଲେ କେନ୍ଦୁଝରରେ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ : ଅମିତ ଶାହ

Published By : Prameya-News7 Bureau | April 12, 2019 IST

କେନ୍ଦୁଝର ୧୨|୪: ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । କେନ୍ଦୁଝରଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଶାହ । ଏହି ଅବସରରେ ଉଦବୋଧନ ଦେଇ ସିଧାସଳଖ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ଅମିତ ଶାହ । ସେ କହିଛନ୍ତି ଦେଶରେ ମୋଦି ଲହର ଚାଲିଛି। ଓଡିଶାରୁ ନବୀନ ବାବୁଙ୍କୁ ବିଦା କରିବା ଦରକାର । ଜଣେ ଓଡିଆ କହିପାରୁଥିବା ଲୋକକୁ ମୁଖ୍ୟମନ୍ତ୍ରୀ କରିବା ଦରକାର ବୋଲି ଅମିତ ଶାହ କହିଛନ୍ତି। କେନ୍ଦୁଝରରେ ଇସ୍ପାତ କାରଖାନା କରାଯିବ ବୋଲି ସେ କହିଛନ୍ତି।

{"id":102716}

ରାଜ୍ୟରେ ବିଜେପି ସରକାର ଆସିଲେ ଚିଟଫଣ୍ଡ ଅଭିଯୁକ୍ତମାନଙ୍କୁ ଜେଲ୍‌ ପଠାଯିବ ବୋଲି କହିଛନ୍ତି । ବିଜେପି ସରକାର ଆସିଲେ କେନ୍ଦୁଝର ଜିଲ୍ଲାରେ ଆଉ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ । ଥରେ ବିଜେପିକୁ ଦାୟିତ୍ବ ଦେଲେ, ୫ ବର୍ଷରେ ଓଡିଶା ୧ ନମ୍ବର ହେବ ବୋଲି ସେ କହିଛନ୍ତି ।୧୯ ବର୍ଷ ହେଲା ନବୀନ ଓଡିଶାରେ ଅଛନ୍ତି, ଏଠି ପିଇବା ପାଣି ମିଳୁନି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି ବୋଲି କହିଛନ୍ତି ଅମିତ ଶାହ।

{"id":102717}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.