ତ୍ରିପୁରା ନଗର ନିଗମ ନିର୍ବାଚନରେ ବିଜେପିର ବାଜିମାତ୍, ଖାତା ଖୋଲି ପାରିଲେନି CPI,CPM ଏବଂ ତୃଣମୂଳ କଂଗ୍ରେସ

Published By : Prameya-News7 Bureau | November 28, 2021 IST

ଅଗରତାଲା ୨୮।୧୧: ତ୍ରିପୁରାରେ ନଗର ନିଗମ ନିର୍ବାଚନରେ ବିଜେପିର ବାଜିମାତ୍। ସେପଟେ ଖାତା ଖୋଲି ପାରିଲାନି ମମତା ବାନାର୍ଜୀଙ୍କ ଟିଏମସି, ସିପିଆଇ ଓ ସିପିଆଇଏମ। ବିଜେପି ୫୧ ସଦସ୍ୟ ବିଶିଷ୍ଟ ଅଗରତାଲା ନଗର ନିଗମର ସମସ୍ତ ସିଟ୍ ପୋଛି ନେବା ସହ ଅନେକ ସହରର ସ୍ଥାନୀୟ ନଗର ପାଳିକା ନିର୍ବାଚନରେ ମଧ୍ୟ ବିଜେପି ବିଜୟ ହାସଲ କରିଛି। ଅନ୍ୟପଟେ ବିରୋଧୀ ଟିଏମସି ଓ ସିପିଆଇ ଏହି ନିର୍ବାଚନରେ ମାଟି କାମୁଡିଛନ୍ତି।

ରାଜ୍ୟ ନିର୍ବାଚନ ଆୟୋଗ ଅଧିକାରୀ କହିଛନ୍ତି ୧୫ ସଦସ୍ୟ ଖୋଭାଇ ନଗର ପରିଷଦ, ୧୭ ସଦସ୍ୟ ବୋଲୋନିଆ ନଗର ପରିଷଦ, ୧୫ ସଦସ୍ୟ କୁମାରଘାଟ ନଗର ପରିଷଦ ଏବଂ ନଅ ସଦସ୍ୟ ସବରୁମ ନଗର ପଞ୍ଚାୟତର ସମସ୍ତ ଓ୍ଵାର୍ଡରେ ବିଜେପି ବିଜୟ ହାସଲ କରିଛି। ସେ କହିଛନ୍ତି, ପାର୍ଟି ୨୫ ଓ୍ଵାର୍ଡ ଧର୍ମଗନର ପରିଷଦ, ୧୫ ସଦସ୍ୟ ତୋଲିମାପୁର ନଗର ପରିଷଦ ଏବଂ ୧୩ ସଦସ୍ୟ ଅମରପୁର ନଗର ପଞ୍ଚାୟତରେ ମଧ୍ୟ କ୍ଲିନ୍ ସୁଇପ୍ କରିଛି।

wp:html /wp:html

ବିଜେପି ୧୧ ସଦସ୍ୟ ଜିରାନିଆ ନଗର ପଞ୍ଚାୟତକୁ ମଧ୍ୟ କବଜା କରିଛି। ଅମ୍ଵାସା ନଗର ପରିଷଦର ୧୨ଟି ସିଟ୍ ମଧ୍ୟ ବିଜେପି ପୋଛି ନେଇଛି। ଅନ୍ୟପଟେ ଟିଏମସି ଓ ସିପିଆଇ-ଏମ ଗୋଟିଏ ଲେଖାଏଁ ସିଟ୍ ଜିତିବାକୁ ସକ୍ଷମ ହୋଇଥିବା ବେଳେ ଗୋଟିଏ ସିଟ୍ ନିର୍ଦ୍ଦଳୀୟଙ୍କ ଖାତାକୁ ଯାଇଛି। ଏହି ପରି ବିଜେପି ଅନ୍ୟ ନଗର ପରିଷଦରେ ମଧ୍ୟ ବିପୁଳ ପରିମାଣରେ ବିଜୟ ହାସଲ କରିଥିବା ବେଳେ ମାତ୍ ଖାଇଛି ତୃଣମୂଳ କଂଗ୍ରେସ ସହିତ ସିପିଆଇ ଓ ସିପିଏମ।

ବିଜେପି ଅଗରତାଲା ନଗର ନିଗମର ସମସ୍ତ ୩୩୪ ଆସନ, ୧୩ ନଗର ନିଗମ ଏବଂ ରାଜ୍ୟର ଛଅ ନଗର ପଞ୍ଚାୟତରେ ନିର୍ବାଚନ ଲଢିଥିଲା। ଏଥିରୁ ଦଳ ୧୧୨ ସିଟ୍‌ରେ ନିର୍ଦ୍ଵନ୍ଦ୍ଵରେ ବିଜୟ ହାସଲ କରିଥିବା ବେଳେ  ବାକି ୨୨୨ ଆସନରେ ନଭେମ୍ବର ୨୫ରେ ମତଦାନ ହୋଇଥିଲା। ରବିବାର ଭୋଟ୍ ଗଣତି ହୋଇଛି। ବିଜେପି ବିପୁଳ ପରିମାଣରେ ବିଜୟ ହାସଲ କରିଥିବା ବେଳେ ବିରୋଧୀ ତୃଣମୂଳ କଂଗ୍ରେସ, ସିପିଆଇ ଓ ସିପିଆଇ-ଏମକୁ ଶକ୍ତ ଧକ୍କା ଲାଗିଛି।

ସୂଚନାଯୋଗ୍ୟ, ନିକଟ ଦିନରେ କ୍ଷମତାସୀନ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ ଲଢେଇ ଚରମରେ ଥିଲା। ଗୋଟିଏ ବିଜେପି ନିଜର ଅସ୍ଥିତ୍ଵ ବଞ୍ଚାଇବାକୁ ଲଢୁଥିବା ବେଳେ ତ୍ରିପୁରାରେ ନିଜର ସ୍ଥିତି ଜାହିର କରିବାକୁ ଟିଏମସି ଅଣ୍ଟା ଭିଡିଥିଲା। ଏହା ପୂର୍ବରୁ ୨୦୧୮ରେ ସିପିଆଇ-ଏମକୁ ତାରି ଗଡରେ ହରାଇ ବିପ୍ଳବ କୁମାର ଦେବଙ୍କ ନେତୃତ୍ଵରେ  ବିଜେପି ପ୍ରଥମ ଥର ତ୍ରିପୁରାରେ ସରକାର ଗଠନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.