କରୋନାକୁ ନଜରରେ ରଖି ଇ-ରାଲି ଲାଗି ପ୍ରସ୍ତୁତି କରୁଛି ବିଜେପି, ବଡ ସଭାସମିତିକୁ ନ ଯାଇ ଗାଁ ଚୌପାଢୀରେ ଲୋକେ ଦେଖିପାରିବେ ବଡ଼ ନେତାଙ୍କୁ

Published By : Prameya-News7 Bureau | December 31, 2021 IST

ନୂଆଦିଲ୍ଲୀ ୩୧।୧୨: ଆଗକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ। ତେବେ ଦେଶରେ କରୋନା ପ୍ରସରିବାରେ ଲାଗିଛି। ନିର୍ବାଚନ ଅଟକିବନି ଏଣୁ ରାଜନୈତିକ ଦଳଙ୍କୁ ପ୍ରଚାର ଲାଗି ଲୋକଙ୍କ ନିକଟରେ ପହଞ୍ଚିବାକୁ ହେବ। ଏଣୁ ବିଜେପି ପ୍ରଚାରର ନୂଆ ଉପାୟ ସମ୍ପର୍କରେ ଏବେ ବିଚାର କରୁଥିବା ଜଣାପଡିଛି। ନିର୍ବାଚନ ଲାଗି ବଡ଼ ନେତାଙ୍କ ବଡ଼ ସଭା ତ ନିଶ୍ଚିତ ହେବ। ଏଥିରେ ଏବେ ଦଳ ଛୋଟଛୋଟ ସଭାକୁ ମଧ୍ୟ ଗୁରୁତ୍ୱ ଦେଉଥିବା ଜଣାପଡିଛି।

{"id":567522,"width":839,"height":472,"sizeSlug":"full","linkDestination":"none"}

ପାର୍ଟି ଏବେ ଡିଜିଟାଲ କ୍ୟାମ୍ପେନ ମଧ୍ୟମରେ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଅଣ୍ଟାଭିଡିଛି। ଏଥିଲାଗି ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ଯେଉଁଥିରେ ବିଜେପି ୫୦ ହଜାର ଲୋକଙ୍କ ଇ-ରାଲି ନିମନ୍ତେ ମଧ୍ୟ ପ୍ରସ୍ତୁତି କରିନେଇଛି। ଏଥିଲାଗି ପାର୍ଟି ପ୍ରଦେଶ ମୁଖ୍ୟାଳୟରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଏବେ ଭିତ୍ତିଭୂମି ପ୍ରସ୍ତୁତିରେ ଲାଗିପଡିଛି। ପ୍ରଚାର ଅଭିଯାନ ପରିଚାଳନା ନିମନ୍ତେ ୩୫ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଇତିମଧ୍ୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇସାରିଥିବା ବେଳେ ଏମାନେ ଭର୍ଚୁଆଲ ବୈଠକ ଓ ମଲ୍ଟିପୁଲ କନଫରେନ୍ସର ଆୟୋଜନ କରିବେ। ବୈଠକ, ୱେବିନାର ଓ ଇ-ରାଲି ନିମନ୍ତେ ବିଜେପି ସ୍ୱତନ୍ତ୍ର ସଫ୍ଟୱେର ମଧ୍ୟ ତିଆରିଦେଇଛି।

{"id":567525,"width":838,"height":560,"sizeSlug":"full","linkDestination":"none"}

ସାରା ଦେଶରେ ଏବେ କରୋନାର ପ୍ରକୋପ ଆରମ୍ଭ ହୋଇଯାଇଛି, ଏଥିରେ ନିର୍ବାଚନ, ଏଣୁ ବିଭିନ୍ନ ରାଜନୈତିକ ଦଳ ଏବେ ଚିନ୍ତାରେ ପଡିଛନ୍ତି। ନିଜ ନିଜ ସ୍ତରରେ ପ୍ରଚାର ଲାଗି ଯୋଜନା ଚଳାଇଥିବା ବେଳେ ବିଜେପି ଏଥିରେ ଗୋଟିଏ ପାଦ ଆଗକୁ ବଢି ଯାଇଛି। ଯଦି କରୋନା ପରିସ୍ଥିତି ଜଟିଳ ହୁଏ ତେବେ ବିଜେପି ଡିଜିଟାଲ ପ୍ଲାଟଫର୍ମର ବ୍ୟାପକ ଉପଯୋଗ କରିବାକୁ ସମସ୍ତ ପ୍ରସ୍ତୁତି ଏବେଠୁ ଚୂଡ଼ାନ୍ତ କରିନେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.