ବିଜେଡିର ୨୦୨୪ ପ୍ରସ୍ତୁତି : ନବୀନ ନିବାସରେ ଶନିବାର ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ, ସୁପ୍ରିମୋ ଦେବେ ସୁତ୍ର

Published By : Prameya-News7 Bureau | April 22, 2022 IST

ଭୁବନେଶ୍ୱର ୨୨।୦୪: ପାଖାପାଖି ଦୁଇ ବର୍ଷ ଆଗରୁ ଆରମ୍ଭ ହେଲା ପ୍ରସ୍ତୁତି । ବିଜେଡିର ମିଶନ ୨୦୨୪ ରଣନୀତି ପାଇଁ ପ୍ରଥମ ବୈଠକ । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଶନିବାର ବସିବ ଦଳର ଜିଲ୍ଲାଓ୍ୱାରୀ ପର୍ଯ୍ୟବେକ୍ଷକଙ୍କ ବୈଠକ । ନବୀନ ନିବାସରେ ଜିଲ୍ଲାଓ୍ୱାରୀ ବୈଠକ ନେବେ ନବୀନ । ନିଜେ ସବୁ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଓ୍ୱାନ୍‌ ଟୁ ଓ୍ୱାନ୍‌ ଆଲୋଚନା କରିବେ ସୁପ୍ରିମୋ ।

ତେବେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବା ବିଜେଡି ପର୍ଯ୍ୟବେକ୍ଷକ ବୈଠକରେ କିଛି ପରିବର୍ତ୍ତନ ହେବାର ଆଶଙ୍କା ମଧ୍ୟ ରହିଛି । ଏପିରିକି ଯେଉଁ ଜିଲ୍ଲାମାନଙ୍କରେ ପ୍ରଦର୍ଶନ ଭଲ ରହିନାହିଁ । ଏହି ବୈଠକରେ ସାଙ୍ଗଠନିକ ସ୍ତରରେ ଅଦଳବଦଳ ହେବାର ମଧ୍ୟ ସମ୍ଭାବନା ରହିଛି । ତେବେ ଦଳ ସୁପ୍ରିମୋ କଣ ନିଷ୍ପତ୍ତି ନେଉଛନ୍ତି । ତାହା ପର୍ଯ୍ୟବେକ୍ଷକ ବୈଠକ ପରେ ହିଁ ସ୍ପଷ୍ଟ ହେବ ।

ସେପଟେ କଂଗ୍ରେସ ଓ ବିଜେପି ମଧ୍ୟ ଆଗାମୀ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିସାରିଛନ୍ତି । ବିଜେପିର ବରିଷ୍ଠ ନେତାମାନେ ବିଭିନ୍ନ ଜିଲ୍ଲା ବୁଲି ବୁଲି ସାଙ୍ଗଠନିକ ସ୍ଥିତି ସୁଧାରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ଦଳ ଆଶାପୂର୍ବକ ପ୍ରଦର୍ଶନ କରିପାରିନଥିଲା । ତେଣୁ ଆଗାମୀ ନିର୍ବାଚନରେ ଦଳକୁ କିପରି ସୁଦୃଢ କରାଯିବ । ସେନେଇ ରଣନୀତି ଚାଲିଛି ।

ସେହିପରି କଂଗ୍ରେସ ମଧ୍ୟ ପଛରେ ନାହିଁ । ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ଏବେ ପିସିସି ପରିବର୍ତ୍ତନା ଲାଗି ଦାବି ଉଠିଲାଣି । ଯାହାକୁ ନେଇ ହାଇକମାଣ୍ଡ ବିଚାରବିମର୍ଶ କରୁଛନ୍ତି । ଖୁବଶୀଘ୍ର ପିସିସି ପରିବର୍ତ୍ତନ ହେବ ଏବଂ ଦଳକୁ ଆଗାମୀ ନିର୍ବାଚନ ଲାଗି ଦୃଢ କରାଯିବ ବୋଲି ବରିଷ୍ଠ କଂଗ୍ରେସନେତାମାନେ କହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.