ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ପ୍ରସଙ୍ଗ; ପଶ୍ଚିମବଙ୍ଗରେ ବିଜେପି ଅଫିସ୍ ଜାଳିଲେ ଦୁର୍ବୃତ୍ତ; ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ

Published By : Prameya-News7 Bureau | June 10, 2022 IST

କୋଲକାତା: ପ୍ରଫେଟ୍ ମହମ୍ମଦଙ୍କ ଉପରେ ଦିଆଯାଇଥିବା ବିବାଦୀୟ ବୟାନରେ ଅପରାଧିମାନେ ଦେଶବ୍ୟାପୀ ହିଂସା ଘଟାଇଛନ୍ତି। ପଶ୍ଚିମବଙ୍ଗରେ ବିଜେପି ଅଫିସ୍‌ରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ହାଉଡ଼ାର ଉଲବେରିଆ ଥିବ ବିଜେପି ଅଫିସ୍‌ରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଥିବା ଅଭିଯୋଗ ଆସିଛି। ବିଜେପି ନେତା ଅଫିସ୍ ଜଳୁଥିବା ଭିଡିଓ ଟ୍ୱିଟ୍ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।  

ବିଜେପି ନେତା ଅନିର୍ବାଣ ଗାଙ୍ଗୁଲି ଟ୍ୱିଟ୍ କରି ଲେଖିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଗୃହ ବିଭାଗ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ତେବେ ଘଟଣାରେ ମମତା କାହିଁକି ନିରବ ରହୁଛନ୍ତି ବୋଲି ଅନିର୍ବାଣ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି। ଏପଟେ ଟିଏମ୍‌ସି ପ୍ରାୟୋଜିତ ଗୁଣ୍ଡମାନେ ଏଭଳି ହିଂସା ଘଟାଇଛନ୍ତି ବୋଲି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

wp:html /wp:html

ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ହେବା ପରେ ନୂପୁର ଶର୍ମାଙ୍କ ଗିରଫଦାରୀ ଦାବି ହେଉଛି। ଶୁକ୍ରାବର ନମାଜ ପାଠ ପରେ ଦେଶର ବିଭିନ୍ନ ରାଜ୍ୟରେ ହଙ୍ଗାମା ହୋଇଛି। ପଥର ମାଡ଼ ସଙ୍ଗାକୁ ଅଗ୍ନିକାଣ୍ଡ ଓ ଭଙ୍ଗାରୁଜା ହୋଇଛି। ସ୍ଥାନେ ସ୍ଥାନେ ପୁଲିସ ଏକାଠି ଲାଠି ଚାର୍ଜ ବି କରିଛି। ପଶ୍ଚିମଙ୍ଗରେ ବିକ୍ଷୋଭକାରୀମାନେ ରେଲୱେ ଓ ସଡ଼କ ପଥ ବନ୍ଦ କରିଦେଇଛନ୍ତି। ରାଜ୍ୟରେ ଅନେକ ରେଳ ପଥ ବନ୍ଦ ରହିଥିବାରୁ ଟ୍ରେନ୍ ସେବା ବ୍ୟାହତ ହୋଇଛି। ସ୍ଥିତି ନିୟନ୍ତ୍ରଣ ହୋଇପାରୁନି। ତେଣୁ ରାଜ୍ୟରେ ସେନା ମୁତୟନ କରିବାକୁ ଦାବି କରିଛି ରାଜ୍ୟ ବିଜେପି।

wp:html /wp:html

ବିକ୍ଷୋଭକାରୀମାନେ ଧୁଲଗଡ଼, ପଞ୍ଚଲା ଓ ଉଲ୍‌ବେରିଆ ଜାତୀୟ ରାଜପଥ ବନ୍ଦ କରୁଥିବା ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ହିଂସା ହୋଇଛି। ମାମଲା ତୀବ୍ର ହୋଇଥିବାରୁ ରାଜ୍ୟ ସରକାର ହାଉଡ଼ାରେ ୩ଦିନ ପାଇଁ ଇଣ୍ଟରନେଟ୍ ସର୍ଭିସ୍ ବନ୍ଦ କରିଦେଇଛନ୍ତି। ତେବେ ଏହି ଅଞ୍ଚଳରେ ଭଏସ କଲ ଓ ଏସ୍‌ଏମ୍‌ଏସ୍ ସେବା ଚାଲୁ ରହିବ।

ସେପଟେ ଉତ୍ତର ପ୍ରଦେଶ, ଝାଡଖଣ୍ଡ, ଜାମ୍ମୁ-କାଶ୍ମୀର ଆଜି ରାଜ୍ୟରେ ମଧ୍ୟ ହିଂସା ଦେଖିବାକୁ ମିଳିଛି। ଏହି ମାମଲାରେ କଠୋର ହୋଇଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆଜି ଏହି ମାମଲାରେ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ବୈଠକରେ ଉପଦ୍ରବୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପର୍ଯ୍ୟନ୍ତ ମାମଲାରେ ୧୧୬ ଜଣଙ୍କୁ ଗିରଫ କରାଯାଇ ସାରିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.