Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିର୍ବାଚନ ସରିବା ପରେ ବି ଜଳୁଛି ପଶ୍ଚିମବଙ୍ଗ : ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ୮ମୃତ ୪ନିଖୋଜ

10/06/2019 at 2:49 PM

କୋଲକାତା ୧୦/୬: ସାଧାରଣ ନିର୍ବାଚନ  ପରେ ପଶ୍ଚିମବଙ୍ଗରେ ଦିନକୁ ଦିନ ରାଜନୈତିକ ହିଂସା ଉଗ୍ର ରୂପ ନେଇଛି।  ଶାସକ ତୃଣମୂଳ କଂଗ୍ରେସ  ଏବଂ ବିରୋଧୀ ଦଳ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବଡ଼ ଧରଣର ସଂଘର୍ଷ ଓ ଗୁଳିମାଡ଼ ଯୋଗୁଁ ୮ ଜଣଙ୍କ ମୃତ୍ୟୁ  ହୋଇଛି । ପ୍ରତିବାଦରେ ଆଜି ସାରା ରାଜ୍ୟରେ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି ।  ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡ ଯୋଗୁ  ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ରବିବାର ସନ୍ଧ୍ୟାରେ  ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯଇଥିବା ବେଳେ ଏବେ ବି ୪ ଜଣ ନିଖୋଜ ଅଛନ୍ତି।  ବସିରହାଟରେ ୩ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଶବକୁ ଶେଷ ଦର୍ଶନ ପାଇଁ ବିଜେପି କାର୍ଯ୍ୟାଳୟକୁ ନିଆଯାଉଥିବେଳେ ପୁଲିସ ମୃତଦେହ ଅଟକାଇବାରୁ ପୁଲିସ ଏବଂ ବିଜେପି ସମର୍ଥକ ମୁହାଁମୁହିଁ ହୋଇଥିଲେ। ହଜାର ହଜାର ଲୋକ ରାସ୍ତା ଅବରୋଧ କରିବାରୁ ସ୍ଥିତି ଜଟିଳ ହୋଇଥିଲା।

ପୁଲିସ ୩ କାର୍ଯ୍ୟକର୍ତ୍ତାଙ୍କ ମୃତଦେହକୁ ଦଳୀୟ କାର୍ଯ୍ୟାଳୟକୁ ଯିବାକୁ ଅନୁମତି ନଦେଲେ ରାସ୍ତା ଉପରେ ହିଁ ଶବ ସଂସ୍କାର ପାଇଁ ବିଜେପି ନେତାମାନେ ଚେତାବନୀ ଦେଇଥିଲେ। ତେବେ ରାଜ୍ୟରେ କ୍ରମାଗତ ହିଂସା ବ୍ୟାପିବା ପଛରେ  ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜି ହିଁ ଦାୟୀ ବୋଲି ଦଳ ଅଭିଯୋଗ କରିଛି ।  ଏପରିକି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଡିମାଣ୍ଡ କରିଛି ଦଳ ।  ଆଉ ଏପଟେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ  ରାଜ୍ୟର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ରାଜନାଥି ସିଂଙ୍କୁ ଅବଗତ କରାଇଛନ୍ତି ।

ଗୃହ ମନ୍ତ୍ରାଳୟରେ ମଧ୍ୟ ପଶ୍ଚିମବଙ୍ଗର ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ ବସିଛି । ଗୃହ ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ରହି ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । 

   Related Posts