oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଉତ୍ତର ପ୍ରଦେଶରେ ବଡ ବିଜୟ ଅଭିମୁଖେ ବିଜେପି, ପଞ୍ଜାବରେ ଆପ୍ ମ୍ୟାଜିକ୍

10/03/2022 at 10:23 AM

ନୂଆଦିଲ୍ଲୀ ୧୦/୦୩: ଆରମ୍ଭ ହୋଇଛି ଭୋଟ ଗଣତି । ୫ ରାଜ୍ୟରେ ପ୍ରାରମ୍ଭିକ ଟ୍ରେଣ୍ଡ୍ ସାମ୍ନାକୁ ଆସିବାରେ ଲାଗିଲାଣି । ଉତ୍ତର ପ୍ରଦେଶରେ ଏଗଜିଟ୍ ପୋଲ ମୁତାବକ ବିଜେପି ଆଗରେ ଥିବା ସୂଚନା ମିଳିଛି ।

ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ବିଜେପି ୨୪୫ଟି ଆସନରେ ଆଗୁଆ ଥିବା ବେଳେ ସମାଜବାଦୀ ପାର୍ଟି ୯୬ଟି ଆସନରେ ଆଗରେ ରହିଛି । ସେହିପରି ବିଏସପି ମାତ୍ର ୬ଟି ଆସନରେ ଆଗୁଆ ରହିଛି ।କଂଗ୍ରେସ ୬ଟି ଆସନରେ ଆଗରେ ଥିବା ସୂଚନା ମିଳିଛି ।

ପଞ୍ଜାବରେ ଆମ ଆଦମୀ ପାର୍ଟି ୮୬ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୧୫ଟି ଓ ବିଜେପି ୫ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ଏସଏଡି ୧୦ଟି ସିଟରେ ଆଗୁଆ ରହିଛି ।

ଏତତ୍ ବ୍ୟତୀତ ଉତ୍ତରାଖଣ୍ଡରେ ବିଜେପି ୪୨ ଓ କଂଗ୍ରେସ ୨୪ଟି ଆସନରେ ଆଗରେ ରହିଛନ୍ତି ।ସେହିପରି ଗୋଆରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଏବେସୁଦ୍ଧା କଂଗ୍ରେସ ୧୩ ଓ ବିଜେପି ୨୧ ଆସନରେ ଆଗରେ ରହିଛନ୍ତି ।ଟିଏମସି ମଧ୍ୟ ୪ଟିରେ ଆଗୁଆ ରହିଛି ।

ମଣିପୁରରେ ବିଜେପି ୨୮ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୯ଟି ଓ ଅନ୍ୟମାନେ ୨୩ଟି ସିଟରେ ଆଗୁଆ ଅଛନ୍ତି ।

   Related Posts