ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବିଜେପିର ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଘୋଷିତ : ତାଲିକାରେ ୮୦ ନେତା, ମେନେକା ଓ ବରୁଣ ଗାନ୍ଧୀ ବାଦ୍

7/10/2021 at 2:52 PM

ନୂଆଦିଲ୍ଲୀ ୦୭/୧୦: ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ପ୍ରକାଶ ପାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏଥିରୁ ସାଂସଦ ମେନେକା ଗାନ୍ଧୀ ଓ ବରୁଣ ଗାନ୍ଧୀ ବାଦ୍ ପଡିଛନ୍ତି ।

୨୦୨୨ରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ନୂଆ ପଦାଧିକାରୀଙ୍କ ତାଲିକା ପ୍ରକାଶ କରିଛି । ଏଥିରେ ୮୦ ସଦସ୍ୟଙ୍କୁ ସ୍ଥାନ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲାଲକୃଷ୍ଣ ଆଡଭାନୀ, ଏମଏମ ଯୋଶୀଙ୍କ ଭଳି ବରିଷ୍ଠ ନେତା ତାଲିକାରେ ରହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂଙ୍କ ସମେତ ଆଉ କିଛି ହେଭିଓ୍ୱେଟଙ୍କୁ ସ୍ଥାନ ମିଳିଛି ।

ତେବେ ମେନେକା ଗାନ୍ଧୀ ଓ ବରୁଣ ଗାନ୍ଧୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ସୂତ୍ରାନୁସାରେ, ଲଖିମପୁର ହିଂସା ପରେ ବରୁଣ ଗାନ୍ଧୀ ଲଗାତର ଭାବେ ବିଜେପି ଓ ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି । ତେଣୁ ତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ଆଲୋଚନା ହେଉଛି ।

ବିଜେପି ମହାସଚିବ ଅରୁଣ ସିଂ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ଘୋଷଣା କରିଥିଲେ । ଏଥିରେ ୫୦ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ସହ ୧୭୯ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ମଧ୍ୟ ରହିଛନ୍ତି । ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ନେତା, ପୂର୍ବକନ ମୁଖ୍ୟମନ୍ତ୍ରୀ, ଜାତୀୟ ମୁଖପାତ୍ର, ରାଜ୍ୟ ସଭାପତି,ରାଜ୍ୟ ସଙ୍ଘଠନ ସମ୍ପାଦକଙ୍କୁ ଏଥିରେ ସାମିଲ କରାଯାଇଛି ।

ସୂଚନାଯୋଗ୍ୟ, ବରୁଣ ଗାନ୍ଧୀ ଲଗତାର ଭାବେ ଟ୍ୱିଟ୍ କରି ଯୋଗୀ ସରକାରଙ୍କୁ ସମାଲୋଚନା କରିଥିଲେ । ବିକ୍ଷୋଭକାରୀଙ୍କୁ ହତ୍ୟା କରି ଚୁପ୍ ରହିହେବ ନାହିଁ ବୋଲି ସେ କହିଥିଲେ । କୃଷକଙ୍କୁ ନ୍ୟାୟ ମିଳୁ ବୋଲି ସେ କହିଥିଲେ ।

   Related Posts