suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପାଟକୁରାରେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋକୁ ସମାଲୋଚନା କଲେ ସମ୍ବିତ ପାତ୍ର

16/07/2019 at 7:42 PM

 ଭୁବନେଶ୍ବର୧୬|୭; ପାଟକୁରା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପ୍ରେସ ମିଟ୍ କରିଛି । ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି ।ସେ ପ୍ରଶ୍ନ କରିଛନ୍ତି ଯେ, କର୍ମୀଙ୍କ ଉପରେ ଭରସା ନଥିବାରୁ ମୁଖ୍ୟମନ୍ତ୍ରୀ ରୋଡ ସୋ କରିବାକୁ ବାହାରିଛନ୍ତି  ନା ବିଜୟ ମହାପାତ୍ରଙ୍କୁ ଡରୁଛନ୍ତି । ବିଜେଡି ଓ ଏମଏଲଏ ଓ ମନ୍ତ୍ରୀ ପାଟକୁରା ରେ ଡେରା ପକାଇଛନ୍ତି ।

ମନ୍ତ୍ରୀ ଓ ବିଧାୟକମାନେ ବିଧାନସଭାରେ ଅନୁପସ୍ଥିତ ରହୁଛନ୍ତି । ପାଟକୁରାରେ ବିଜେଡି ଟଙ୍କା ବାଣ୍ଟିଛି ବୋଲି ସେ ଅଭିଯୋଗ ଆଣିବା ସହ ଏ ନେଇ ନିର୍ବାଚନ କମିସନ୍ ଙ୍କ ଠାରେ ଅଭିଯୋଗ କରିଯାଇଛି ବୋଲି କହିଛନ୍ତି । ବିଜୟଙ୍କ ପରି ଅନୁଭବୀ ନେତା ବିଧାନସଭା କୁ ଯିବା ଦରକାର ।.

ପାଟକୁରାରେ ବିଜେପି ସହିତ ସରକାର ନିର୍ବାଚନ ଲଢୁଛନ୍ତି।ପୁରା ସରକାରୀ କଳ ନିର୍ବାଚନରେ ଲାଗୁଛନ୍ତି । ଯିଏ ବିଜେପି ପାଇଁ ପ୍ରଚାର କରୁଛି ତାକୁ ଗୁଳି ମାଡ ହେଉଛି ବୋଲି ସେ ଆକ୍ଷେପ କରିଛନ୍ତି ।

ଅପରପକ୍ଷରେ ଏହାର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ସୁବାସ ସିଂ । ସେ କହିଛନ୍ତି ଯେ, ସମ୍ବିତ ପାତ୍ର ପାଟକୁରାରେ କଣ କରୁଛନ୍ତି । ବିଜେଡି କେନ୍ଦ୍ରାପଡା ଜିଲ୍ଲାପାଇଁ ଲଢୁଛି ବୋଲି ସୁବାସ ସିଂ କହିବା ସହ ବିଧାନସଭାରେ ବିଜେଡି ଦାୟିତ୍ବ ତୁଲାଉଛି ବୋଲି ଜବାବ ଦେଇଛନ୍ତି ।

   Related Posts