ଭୁବନେଶ୍ବର ୧୬/୫: ଓଡ଼ିଶାରେ ବିଜେପିକୁ ମିଳିବ ବହୁମତ । ଓଡ଼ିଶାରେ ସବୁ ପ୍ରକାର ବିକାଶ ପାଇଁ ବିଜେପି ପ୍ରସ୍ତୁତ । ମୋଦିଜୀଙ୍କ ନେତୃତ୍ବରେ ଓଡ଼ିଶାରେ ସରକାର ଗଠନ ହେବ । ବିଜେପିକୁ ଆଶୀର୍ବାଦ ଦେବାକୁ ଲୋକ ଯେତେବେଳେ ମନ ବଳେଇ ସାରିଲେଣି ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ ସରକାର ହେବ ।ରାଜଧାନୀରେ ବିଶାଳ ରୋଡ ଶୋ’ କରି ଏମିତି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ବାରିକ ସାହିରୁ ରୋଡ୍ ସୋ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ହଜାର ହଜାର ବିଜେପି କର୍ମୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ ।