ନୂଆଦିଲ୍ଲୀରେ ସରିଲା ବିଜେପିର ଦୁଇ ଦିନିଆ ମାନସ ମନ୍ଥନ: ବିଜୟ ମନ୍ତ୍ର ଫୁଙ୍କିଲେ ମୋଦି
12/01/2019 at 7:38 PM

ନୂଆଦିଲ୍ଲୀ ୧୨|୧; ଦିଲ୍ଲୀରେ ବିଜେପିର ମନ୍ଥନ । ୨୦୧୯ ସାଧାରଣ ନିର୍ବାଚନ ଆଗରୁ ବିଜେପିର ଶେଷ ରାଷ୍ଟ୍ରୀୟ ଅଧିବେଶନରେ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭାରେ ଏକଦା ଦୁଇଟି ଆସନ ପାଇଥିବା ଦଳ ଆଜି ମହାଦ୍ରୁମରେ ପରିଣତ ହୋଇଛି ବୋଲି କହିଛନ୍ତି ମୋଦି। ବିଜେପି ପ୍ରତି ଦେଶର ଲୋକଙ୍କ ବିଶ୍ବାସ ଅତୁଟ ରହିଛି। ସରକାରଙ୍କ ବିରୋଧରେ ଦୁର୍ନୀତିର ଗୋଟିଏ ବି ଅଭିଯୋଗ ନାହିଁ। ସଂଗଠନର ଶକ୍ତି ଏଥିପ୍ରତି ଲୋକଙ୍କ ବିଶ୍ବାସ ବୋଲି ମୋଦି କହିଛନ୍ତି। ସର୍ଦାର ପଟେଲ ଯଦି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ଦେଶର ଚିତ୍ର ଆଜି କିଛି ଅଲଗା ହୋଇଥାନ୍ତା ବୋଲି ମୋଦି କହିଛନ୍ତି। ୟୁପିଏ ସରକାରକୁ ଟାର୍ଗେଟ କରିଛନ୍ତି ମୋଦି।

ୟୁପିଏ ଅମଳରେ ସରକାର ସବୁ ସମୟ ଦୁର୍ନୀତିରେ ବରବାଦ କଲା ବୋଲି ମୋଦି କହିଛନ୍ତି। ବିଜେପି କର୍ମୀଙ୍କୁ ଉଦବୋଧନ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଛନ୍ତି। କୌଣସି ମେଣ୍ଟ ବିଜେପିକୁ ହରାଇପାରିବନି । ଦେଶର ୨୨କୋଟି ପରିବାରଙ୍କ ସମର୍ଥନ ବିଜେପି ପ୍ରତି ରହିଛି ବୋଲି କହିଛନ୍ତି ଅମିତ ଶାହ। ପ୍ରତ୍ୟେକ ଦଳ ସେମାନଙ୍କର ଭୋଟବ୍ୟାଙ୍କଙ୍କୁ ସନ୍ତୁଷ୍ଟ କରିବାପାଇଁ ରାଜନୀତି କରୁଛନ୍ତି।ତେବେ ବିଜେପି ସବକା ସାଥ ବିକାଶକୁ ମନ୍ତ୍ର କରିଛି ବୋଲି କହିଛନ୍ତି ଅମିତ ଶାହ।