ଆଜି ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ
19/02/2020 at 8:10 AM

ଭୁବନେଶ୍ବର ୧୯।୨: ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ । ସକାଳ ୯ ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ପରେ ସେଠାରୁ ପାର୍ଟି ଅଫିସ ଯାଇ ଦିନ ୧୧ ସମୟରେ କେନ୍ଦ୍ରୀୟ ବଜେଟ୍ ଉପରେ ଏକ କର୍ମଶାଳାରେ ଯୋଗଦେବେ ।

ଏହାପରେ ୧ଟା ୩୦ ମିନିଟ୍ ରେ ସାମ୍ବାଦିକ ସମ୍ମିଳନୀ କରାଯିବ । ଯେଉଁଥିରେ ବିଧାୟକ, ସାଂସଦ, ସାଂସଦ ପାର୍ଥୀ, ଜିଲ୍ଲା ପରିଷଦ ସଭ୍ୟ, ରାଜ୍ୟ ପଦାଧିକାରୀ ପ୍ରମୁଖ ଯୋଗ ଦେବେ । ସନ୍ଧ୍ୟାରେ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ବିଶ୍ବ ସାମ୍ବାଦ କେନ୍ଦ୍ର ପକ୍ଷରୁ ବଜେଟକୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023