ଦିଲ୍ଲୀରେ ୧୬ ଓ ୧୭ ଜାନୁୟାରୀରେ ହେବ ବିଜେପିର ଜାତୀୟ କାର୍ଯ୍ୟକାରଣୀ ବୈଠକ, ହୋଇପାରେ ବଡ଼ ନିଷ୍ପତ୍ତି

Published By : Prameya-News7 Bureau | January 03, 2023 IST

ନୂଆଦିଲ୍ଲୀ ୩।୧: ନୂଆ ବର୍ଷରେ ନୂଆ ଆହ୍ୱାନର ସାମ୍ନା କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନୂଆ ରଣନୀତି ପ୍ରସ୍ତୁତ କରିବ। ଏହି କ୍ରମରେ ଜାନୁୟାରୀ ୧୬ ଓ ୧୭ ତାରିଖରେ ରାଜଧାନୀ ଦିଲ୍ଲୀରେ ଜାତୀୟ କାର୍ଯ୍ୟକାରଣୀ ବୈଠକ ହେବାକୁ ଯାଉଥିବା ଜଣାପଡିଛି। ସୂଚନା ଅନୁସାରେ ଏହି ବୈଠକରେ ପାର୍ଟି ଓ ସଙ୍ଗଠନ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇ ପାରେ।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପାର୍ଟିର ମୁଖ୍ୟ ସାଙ୍ଗଠନିକ ସଂସ୍ଥାର ବୈଠକରେ ବିଭିନ୍ନ ରାଜ୍ୟଙ୍କ ଆଗାମୀ ବିଧାନସଭା ନିର୍ବାଚନ ଲାଗି ରଣନୀତି ଉପରେ ବିଚାର ହୋଇପାରେ। ଏହା ଛଡା ଆଗାମୀ ବର୍ଷ ହେବାକୁ ଥିଲା ଲୋକସଭା ନିର୍ବାଚନ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରାଯିବ। ଦଳୀୟ ମୁଖ୍ୟ ହିସାବରେ ନଡ୍ଡାଙ୍କ ୩ ବର୍ଷର କାର୍ଯ୍ୟକାଳ ଚଳିତମାସ ଶେଷରେ ପୁରା ହେବାକୁ ଯାଉଛି। ଏଣୁ ଆଖି ଆଗରେ ନିର୍ବାଚନକୁ ଦେଖି ନଡ୍ଡାଙ୍କ କାର୍ଯ୍ୟକାଳ ବଢାଯାଇପାରେ ବୋଲି ଆକଳନ କରାଯାଉଛି।

ତେବେ ଏବା ପୂର୍ବରୁ ଖବର ଆସିଥିଲା ଯେ ଆଗାମୀ ନିର୍ବାଚନମାନଙ୍କୁ ଦେଖି ସଙ୍ଗଠନ ଓ ମୋଦିଙ୍କ କ୍ୟାବିନେଟ୍‌ରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ହାଇକମାଣ୍ଡ ସରକାର ଓ ସଙ୍ଗଠନ ଉଭୟକୁ ଅଧିକ ଯୁବ, ସକ୍ରିୟ ଓ ସମାବେସି କରିବାକୁ ଚାହୁଁଛନ୍ତି। ଯେଉଁଥିରେ ନିର୍ବାଚନୀ ରାଜ୍ୟର ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.