'ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦୟୀ, ଲୁଚାଉଛନ୍ତି ସଂଖ୍ୟା', ମଦ ମୃତ୍ୟୁକୁ ନେଇ ବିହାର ସରକାରକୁ ଘେରିଲେ ବିଜେପି ସାଂସଦ

Published By : Prameya-News7 Bureau | December 18, 2022 IST

ପାଟନା: ବିହାର ବିଷାକ୍ତ ମଦ ଯୋଗୁଁ ହୋଇଥିବା ମୃତ୍ୟୁକୁ ନେଇ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ କଡା ଟାର୍ଗେଟ କରି ତାଙ୍କୁ ନିର୍ଦୟୀ ଏବଂ ଅସମ୍ୱେଦନଶୀଳ ବୋଲି କହିଛନ୍ତି ।

ବିଜେପି ସାଂସଦ କହିଛନ୍ତି ଯେ ଛପରାରେ ବିଷାକ୍ତ ମଦ ପିଇ ଜୀବନ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କୁ ସେ ଭେଟିଛନ୍ତି । ସାଂସଦ ଦାବି କରିଛନ୍ତି ଯେ ବିହାରରେ ବିଷାକ୍ତ ମଦ ପିଇ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, କିନ୍ତୁ ନୀତିଶ ସରକାର ସଂଖ୍ୟା ଲୁଚାଉଛି । ପୋଲିସ ଭୟରେ ଲୋକେ ବିନା ପୋଷ୍ଟମର୍ଟମରେ ନିଜ ପରିବାର ସଦସ୍ୟଙ୍କ ଅନ୍ତମ ସଂସ୍କାର କରୁଛନ୍ତି।

ସୁଶୀଲ ମୋଦୀ କହିଛନ୍ତି ଯେ ଥାନାରୁ ବିଷାକ୍ତ ମଦ ଯୋଗାଣ ହେଉଛି । ଯେତେବେଳେ ମଦ ବ୍ୟାନ ହୋଇଥିଲା ସେତେବେଳେ ଆମେ ବିରୋଧୀ ଦଳ ଥିଲୁ । ଏହାସହ ସେ କହିଛନ୍ତି ଯେ ନୀତିଶ କୁମାର ଦଳିତ ଏବଂ ପଛୁଆ ବର୍ଗ ବିରୋଧୀ । ମଦ ବ୍ୟାନ ସତ୍ତ୍ୱେ ୨୦୧୬ରେ ଗୋପାଲଗଞ୍ଜ ପୀଡିତଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଥିଲେ। କିନ୍ତୁ ସାରଣ ପୀଡିତଙ୍କୁ ଅନୁକମ୍ପା ରାଶି ଦେଲେ ମଦ ବ୍ୟାନ ପ୍ରଭାବିତ ହେବ । ମୁଖ୍ୟମନ୍ତ୍ରୀ ବାରମ୍ୱାର ୟୁ-ଟର୍ଣ୍ଣ ନେଉଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ବିଜେପି ସାଂସଦ ଅଭିଯୋଗ କରିଛନ୍ତି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.