ନିଜକୁ କ୍ବାରେଣ୍ଟାଇନ୍‌ରେ ରଖିଲେ ସୁରେଶ ପ୍ରଭୁ, ଫେରିଥିଲେ ସାଉଦି ଆରବରୁ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮।୩: ପୂର୍ବତନ ରେଳମନ୍ତ୍ରୀ ତଥା ବିଜେପି ସାଂସଦ ସୁରେଶ ପ୍ରଭୁ ନିଜେ କ୍ବାରେଣ୍ଟାଇନ୍ ରେ ରହିଛନ୍ତି । ସେ ନିଜ ବାସଭବନରେ ୧୪ ଦିନ ପାଇଁ କ୍ବାରେଣ୍ଟାଇନ୍ ରେ ରହିବେ । ତାଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିବା ସତ୍ତ୍ବେ ସେ ସତର୍କତାମୂଳକ ଭାବେ ଏଭଳି ପଦକ୍ଷେପ ନେଇଛନ୍ତି । ସେ ମାର୍ଚ୍ଚ ୧୦ ତାରିଖରେ ସାଉଦି ଆରବରେ ଶେରପା ବୈଠକରେ ଯୋଗଦେଇ ଫେରିଥିଲେ। ସେଠାରୁ ଫେରିବା ପରେ ସେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି । ଏହି ସମୟରେ ନା ସେ କାହାକୁ ଭେଟିବେ ନା ତାଙ୍କୁ ଭେଟିବା ପାଇଁ କେହି ଯିବେ ।

{"id":240163,"sizeSlug":"large"}

ସୁରେଶ ପ୍ରଭୁଙ୍କ ପୂର୍ବରୁ କେନ୍ଦ୍ରୀୟ ସଂସଦୀୟ କାର୍ଯ୍ୟ ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ ମଧ୍ୟ ନିଜକୁ କ୍ବାରେଣ୍ଟାଇନ୍ ରେ ରଖିଥିଲେ । ସେ କେରଳରେ ଏକ କନଫକରେନ୍ସରେ ଯୋଗଦେବା ପାଇଁ ଯାଇଥିଲେ ସେଠାରେ ଜଣେ ଡାକ୍ତର କରୋନାରେ ପୀଡିତ ଥିଲେ । ଯାହା ଫଳରେ ସେଠାରୁ ଫେରି ସେ ନିଜକୁ ହୋମ୍ କ୍ବାରେଣ୍ଟାଇନ୍ ରେ ରଖିଥିଲେ । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା ।

{"id":240166,"sizeSlug":"large"}

ଭାରତରେ କରୋନା ଭାଇରସ୍ ରେ ସଂକ୍ରମିତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧୨୨ ଜଣ ଭାରତୀୟ ଏବଂ ୨୫ ଜଣ ବିଦେଶୀ ଅଛନ୍ତି । ୧୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାବେଳେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ୫୭୦୦ରୁ ଅଧିକ ଲୋକଙ୍କ ଉପରେ ନଜର ରଖାଯାଇଛି।

{"id":240167,"sizeSlug":"large"}

ମଙ୍ଗଳବାର ଦିନ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହା ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସ୍ ସଂକ୍ରମିତର ତୃତୀୟ ମୃତ୍ୟୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.