ସଂସଦୀୟ କମିଟିର ପାଇଲଟ ବନିଗଲେ ବିଜେପି ସାଂସଦ, ଖୁସିରେ ନାଚିଉଠିଲେ ମନୋଜ ତିଓ୍ୱାରୀଙ୍କ ୬ ମାସର ଝିଅ

Published By : Prameya-News7 Bureau | July 18, 2021 IST

ନୂଆଦିଲ୍ଲୀ ୧୮/୭ : ଆଜିକାଲି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜୀବ ପ୍ରତାପ ରୁଡି । ସର୍ବଦା ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି । ନିଜର ବ୍ୟବସାୟିକ ପାଇଲଟ୍ ଭାବରେ କରାଯାଉଥିବା କାର୍ଯ୍ୟକୁ ସେ ସର୍ବଦା ସେୟାର କରିଥାନ୍ତି । ନିକଟରେ ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏକ ଭିଡିଓ ଟ୍ୱିଟ୍ କରିଥିଲେ ।

ଯେଉଁଥିରେ ସେ ପାଇଲଟଙ୍କ ପୋଷାକରେ ଏକ ବିମାନ ଭିତରେ ଛିଡା ହୋଇ କିଛି ଘୋଷଣା କରୁଥିବା ନଜର ଆସିଥିଲା । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି, 'ପିଲାମାନଙ୍କ ବାତ୍ସଲ୍ୟ ଏବଂ ନିଶ୍ଚଳ ଭାବର ମୋର ଅଲୌକିକ ଅନୁଭବ ରହିଛି । ଜାହାଜରେ ସଂସଦ କମିଟି ଗସ୍ତ କରୁଥିବା ସମୟରେ ସାଂସଦ ମନୋଜ ତିୱାରୀଙ୍କ ୬ ମାସର ଝିଅ ସାନଭିକାଙ୍କ ସହ ବିମାନ ଯାତ୍ରା ଏକ ସ୍ମୃତି ହୋଇ ରହିବ ।

wp:html /wp:html

ସୋସିଆଲ ମିଡିଆରେ ଆସିଥିବା ଭିଡିଓରେ ରାଜୀବ ପ୍ରତାପ ରୁଡିଙ୍କୁ ଇଣ୍ଡିଗୋ ବିମାନରେ ପାଇଲଟ ଭାବରେ ଦେଖିବାକୁ ମିଳିଥିଲା । ଭିଡିଓରେ ସେ ପର୍ଯ୍ୟଟନ ଏବଂ ବିମାନ ଚଳାଚଳ ସଂସଦୀୟ କମିଟିର ସଦସ୍ୟମାନଙ୍କୁ ପରିଚିତ କରୁଥିବା ଦେଖିଥିବା ମିଳିଥିଲା । ଏହା ସହିତ ସେ ବିମାନର ଅଧିନାୟକ ଏବଂ କ୍ରୁ ମେମ୍ବରଙ୍କୁ ମଧ୍ୟ ପରିଚିତ କରାଇଥିଲେ । ଏହା ବ୍ୟତୀତ ଭିଡିଓରେ ସେ କହିଛନ୍ତି ଯେ ୬ ମାସର କନିଷ୍ଠ ଯାତ୍ରୀ ମଧ୍ୟ ବିମାନରେ ଅଛନ୍ତି ।

ଯେଉଁଥିପାଇଁ ଲୋକମାନେ ମଧ୍ୟ ପ୍ରଶଂସା କରିଥିଲେ । ଏହି ଯାତ୍ରାରେ ପର୍ଯ୍ୟଟନ ଏବଂ ବିମାନ ଚଳାଚଳ ସଂସଦୀୟ କମିଟିର ସଦସ୍ୟମାନେ ବିମାନରେ ଯାତ୍ରା କରୁଥିଲେ । ଭିଡିଓରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରାଜୀବ ପ୍ରତାପ ରୁଡି କହିଛନ୍ତି ଯେ ଏହା ଭାରତ ଇତିହାସରେ ସବୁଠାରୁ ଅନନ୍ୟ ଏବଂ ଅତ୍ୟନ୍ତ ସ୍ୱତନ୍ତ୍ର ଯାତ୍ରା । ସେ କହିଛନ୍ତି ଯେ ବିମାନରେ କମିଟି ସଭାପତି ଭେଙ୍କଟେଶ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ, ବିଜେପି ସାଂସଦ ମନୋଜ ତିୱାରୀ, ବିହାରର ପୂର୍ବତନ ଡେପୁଟି ସିଏମ ସୁଶୀଲ ମୋଦୀଙ୍କ ସମେତ ଅନେକ ସାଂସଦ ଉପସ୍ଥିତ ଅଛନ୍ତି ।

ସୂଚନାଥାଉ କି, ରାଜୀବ ପ୍ରତାପ ରୁଡି ବ୍ୟବସାୟିକ ବିମାନର ପାଇଲଟ୍ ଲାଇସେନ୍ସଧାରୀ ଅଟନ୍ତି । ତାଙ୍କୁ ଅନେକ ସମୟରେ ବିମାନ ଉଡ଼ାଣ କରୁଥିବା ଦେଖିବାକୁ ମିଳିଥାଏ । ସେ ସୋସିଆଲ ମିଡିଆରେ ଏହା ସହ ଜଡିତ ଭିଡିଓ ସେୟାର କରିଥାନ୍ତି । ନିକଟରେ ଦକଭଙ୍ଗା ପାଇଁ ଇଣ୍ଡିଗୋର ପ୍ରଥମ ସେବା ଆରମ୍ଭ ହୋଇଥିଲା । ଯେଉଁଥିରେ ରାଜୀବ ନିଜେ ଦାରଭଙ୍ଗା ଯାତ୍ରା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.