ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ନୋଏଡାରେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣା: ଅଭିଯୁକ୍ତ ବିଜେପି କର୍ମୀ ନୁହେଁ ବୋଲି କହିଲା ଦଳ, ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

6/08/2022 at 6:09 PM

ନୂଆଦିଲ୍ଲୀ: ନୋଏଡ଼ାରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତି ବିଜେପି କର୍ମୀ ନୁହଁନ୍ତି। ବିଜେପି ସାଂସଦ ମହେଶ ଶର୍ମା ଏହି ସୂଚନା ଦେଇଛନ୍ତି। ସେ ଉକ୍ତ ବ୍ୟକ୍ତିକୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖି ନାହାନ୍ତି। ଶ୍ରୀକାନ୍ତ ତ୍ୟାଗୀ ବିଜେପି କର୍ମୀ ନୁହଁନ୍ତି ବୋଲି ମହେଶ ଶର୍ମା କହିଛନ୍ତି।

ସୂଚନା ଥାଉକି, ନିଜକୁ ବିଜେପି ନେତା କହୁଥିବା ଶ୍ରୀକାନ୍ତ ତ୍ୟାଗୀ ନାମକ ଜଣେ ବ୍ୟକ୍ତି ଗଛ ଲଗାକୁ ନେଇ ମହିଳାଙ୍କୁ ଅସଦାଚରଣ କରିଥିଲେ। ମହିଳାଙ୍କୁ ପିଟାମରା କରିବା ସହ ଅଭଦ୍ର ଭାଷାର ପ୍ରୟୋଗ କରିଥିଲେ। ଏହାପରେ ତାଙ୍କ ବିରୋଧରେ ମାମଲା ରୁଜ ହୋଇଥିଲା। ହେଲେ ଆଜି ମହିଳା କମିସନ ଘଟଣାକୁ ଗୁରୁତର ସହ ନେବା ପରେ ଘଟଣାକୁ ନେଇ ବିଜେପି ପକ୍ଷରୁ ସ୍ଫଷ୍ଟୀକରଣ ଦିଆଯାଇଛି।

ଶ୍ରୀକାନ୍ତ ନିଜ ସୋସିଆଲ୍ ମିଡିଆ ସାଇଟ୍‌ରେ ନିଜକୁ ବିଜେପି କିଶାନ ମୋର୍ଚ୍ଚାର କାର୍ଯ୍ୟକାରୀ ସଦସ୍ୟ ବୋଲି ଦର୍ଶାଇଛି। ମାମଲା ଜୋର ଧରିବା ପରେ ବିଜେପି ପ୍ରତିକ୍ରିୟା ଦେଇଛି। ଶନିବାର ବିଜେପି ସାଂସଦ ମହେଶ ଶର୍ମା ଘଟଣା ଘଟିଥିବା ସ୍ଥାନ ସେକ୍ଟର ୯୩-ବିର ଗ୍ରାଣ୍ଡ ଓମାକ୍ସେ ସୋସାଇଟିରେ ପହଞ୍ଚିଥିଲେ। ଏହାପରେ ସେଠାରେ ଅନ୍ୟ ମହିଳାମାନେ ମଧ୍ୟ ସାଂସଦଙ୍କ ପାଖରେ ନିଜର ଅଭିଯୋଗ ରଖିଥିଲେ। ମାଳିଙ୍କ ସହ କଥା ହେଉଥିବା ବେଳେ ଶ୍ରୀକାନ୍ତ ତ୍ୟାଗୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ଉକ୍ତ ମହିଳା ସାଂସଦଙ୍କ ପାଖରେ ଅଭିଯୋଗ କରିଥିଲେ। କେବଳ ସେତେକି ନୁହେଁ ଶ୍ରୀକାନ୍ତ ବିଜେପି ନାଁ ନେଇ ଅନେକ ସମସ୍ୟା କରୁଛନ୍ତି ବୋଲି ମହିଳା ଅଭିଯୋଗ କରିଥିଲେ।

ଅଭିଯୋଗ ଶୁଣିବା ପରେ ମହେଶ ଶର୍ମା କହିଥିଲେ “ ଏହି ଘଟଣାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୁରୁତର ସହ ନେଇଛନ୍ତି। ସେମାନଙ୍କ ନିର୍ଦ୍ଦେଶ ପାଇ ମୁଁ ଏଠାକୁ ଆସିଛି।” ଶ୍ରୀକାନ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯିବା ନେଇ ସେ ପୁଲିସ ସହ ଆଲୋଚନା କରିଥିବା ମହେଶ ଶର୍ମା କହିଛନ୍ତି।

ତେବେ ଘଟଣା ଘଟାଇ ଅଭିଯୁକ୍ତ ଶ୍ରୀକାନ୍ତ ଫେରାର ହୋଇଯାଇଛି। ତାକୁ ଧରିବାକୁ ପୁଲିସ ଚେଷ୍ଟା ଚଳାଇଛି। ତେବେ ଶ୍ରୀକାନ୍ତ ଗାଡ଼ିରେ କେମିତି ଭିଆଇପି ସ୍ପିକର ଲାଗିଲା ସେ ନେଇ ମଧ୍ୟ ତଦନ୍ତ କରାଯାଉଛି।

   Related Posts