scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଦୁନିଆର ସବୁଠୁ ବଡ଼ ଠକ ଇସ୍କନ, କଂସେଇ ହାତକୁ ଟେକି ଦେଉଛି ଗାଈ, ଅଭିଯୋଗ ଆଣିଲେ ବିଜେପି ସାଂସଦ

27/09/2023 at 3:12 PM

ନୂଆଦିଲ୍ଲୀ ୨୭/୦୯: ‘ଦୁନିଆର ସବୁଠୁ ବଡ଼ ଠକ ଇସ୍କନ । ଖାଲି ଠକ ତ ନୁହେଁ କଂସେଇ ହାତକୁ ଟେକି ଦେଉଛି ଗାଈ । ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ତଥା ପଶୁପ୍ରେମୀ ମେନକା ଗାନ୍ଧି । ମେନକା ଗାନ୍ଧିଙ୍କ ଏପରି ଅଭିଯୋଗ ପରେ ଇସ୍କନ ପକ୍ଷରୁ ପ୍ରତିକ୍ରିୟା ରଖାଯାଇ ଏହାକୁ ଭିତ୍ତିହୀନ ଓ ମିଥ୍ୟା ଅଭିଯୋଗ ବୋଲି କୁହାଯାଇଛି ।

ମେନକା ଅଭିଯୋଗ କରିଛନ୍ତି ଯେ, ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରି ଦେଉଛି । ଏପରିକି ଇସ୍କନ ଯେତେ ଗାଈ ବିକ୍ରି କରୁଛନ୍ତି, ଅନ୍ୟ କେହି ବିକ୍ରି କରୁ ନ ଥିବା କହିଛନ୍ତି। ଗୋଶାଳା କରିବା ନିମନ୍ତେ ଇସ୍କନ ସରକାରଙ୍କଠାରୁ ବହୁ ଜମି ହାତେଇଛି । ସେ ଆହୁରୁ ବି କହିଛନ୍ତି କିଛି ଦିନ ତଳେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଗୋଶାଳା ପରିଦର୍ଶନ କରିଥିଲେ ।

ସେଠାରେ ଗୋଟିଏ ବି ବୁଢ଼ି ଗାଈ କି ବାଛୁରୀ ନାହାନ୍ତି । ଫଳରେ ସେମାନେ ସବୁ ଗାଈ ବିକ୍ରି କରି ଦେଉଥିବା ସ୍ପଷ୍ଟ ହେଉଛି । ଯେତିକି ଗାଇ ଅଛନ୍ତି ସମସ୍ତେ କ୍ଷୀର ଦେଉଛନ୍ତି । ତେଣୁ ଏମାନେ ଯେତେ ଗାଈ ବିକୁଛନ୍ତି, ତାହା ଆଉ କେହି କରୁ ନାହାନ୍ତି । ଯଦି ସେମାନେ ଏପରି କରିବେ, ଅନ୍ୟମାନେ କ’ଣ କରୁଥିବେ ଭାବନ୍ତୁ । ବିଜେପି ସାଂସଦଙ୍କ ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି ।

ସେପଟେ ଇସ୍କନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମେନକା ଗାନ୍ଧିଙ୍କ ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛି ଇସ୍କନ । ଇସ୍କନ ପକ୍ଷରୁ ଟ୍ୱିଟ କରି କୁହାଯାଇଛି, ଇସ୍କନ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଗାଈଓ ବଳଦଙ୍କୁ ସୁରକ୍ଷା ଯୋଗାଇବା ସହ ସେମାନଙ୍କ ଦେଖାରଖା କରିଥାଏ। ଏଠାରେ କୌଣସି ଗାଈଙ୍କୁ କଂସେଇକୁ ବିକ୍ରି କରାଯାଏ ନାହିଁ। ଇସ୍କନ ଭାରତରେ କେବଳ ୬୦ରୁ ଅଧିକ ଗୋଶାଳା ଚଳାଇଛି। ବହୁ ଗାଈଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ଇସ୍କନ ଗୋଶାଳାକୁ ଅଣାଯାଇ ସେମାନଙ୍କ ଚିକିତ୍ସା କରାଯିବା ସହ ଯତ୍ନ ନିଆଯାଇଥାଏ ।

you can also read….

   Related Posts