ନୂଆଦିଲ୍ଲୀ : ହିଣ୍ଡନବର୍ଗ ରିପୋର୍ଟ ସେବି ମୁଖିଆ ମାଧବୀ ପୁରୀ ବୁଚ୍ ଓ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ଏହାକୁ ନେଇ ବିରୋଧୀ ଦଳ ଏବେ କେନ୍ଦ୍ରର ମୋଦି ସରକାରଙ୍କୁ ଘେରିଛନ୍ତି। ଏଥି ମଧ୍ୟରେ ବିଜେପି ସାଂସଦ କଙ୍ଗନା ରଣାବତ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ମଣ୍ଡି ଲୋକସଭା ସାଂସଦ କଙ୍ଗନା ସୋମବାର ରାହୁଲଙ୍କୁ ସବୁଠୁ ବିପଦଜନକ ବ୍ୟକ୍ତି ବୋଲି କହିଛନ୍ତି।
କଙ୍ଗନା କହିଛନ୍ତି ଯେ ଦେଶ ତାଙ୍କୁ କେବେବି ନେତା ବାଛିବ ନାହିଁ। ଏ ନେଇ କଙ୍ଗନା ଏକ୍ସରେ ମଧ୍ୟ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ରାହୁଲ ଗାନ୍ଧିଙ୍କୁ ବିପଦଜନକ ବ୍ୟକ୍ତି, କଟୁ, ବିଷାକ୍ତ ଓ ବିନାଶକାରୀ ବୋଲି ଉଲ୍ଲେଖ କରିଛନ୍ତି। କଙ୍ଗନା ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଏଜେଣ୍ଡା ଏହା ଯେ ସେ ଯଦି ପ୍ରଧାନମନ୍ତ୍ରୀ ହୋଇ ନ ପାରିବେ ସେ ଏହି ଦେଶକୁ ନଷ୍ଟ କରିଦେଇ ପାରନ୍ତି। କଙ୍ଗନା କହିଛନ୍ତି ଯେ ହିଣ୍ଡନବର୍ଗ ରିପୋର୍ଟ ଆମ ଦେଶର ସେୟାର ବଜାରକୁ ଟାର୍ଗେଟ କରୁଛି। ଯାହାକୁ ରାହୁଲ ଗାନ୍ଧି ସମର୍ଥନ କରୁଛନ୍ତି, ତାହା ଏକ ବେକାର କଥା ବୋଲିଏବେ ପ୍ରମାଣିତ ହୋଇଛି।
Rahul Gandhi is the most dangerous man, he is bitter, poisonous and destructive, his agenda is that if he can't be the Prime Minister then he might as well destroy this nation.
— Kangana Ranaut (@KanganaTeam) August 12, 2024
Hindenberg report targeting our stock market that Rahul Gandhi was endorsing last night has turned out…
କଙ୍ଗନା କଂଗ୍ରେସ ସାଂସଦଙ୍କୁ ଟାର୍ଗେଟ କରି ଆଗକୁ ଲେଖିଛନ୍ତି ଯେ ‘ସେ ଦେଶର ସୁରକ୍ଷା ଓ ଅର୍ଥ ବ୍ୟବସ୍ଥାକୁ ଅସ୍ଥିର କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରୁଛନ୍ତି। ରାହୁଲ ଗାନ୍ଧି ସାରା ଜୀବନ ବିରୋଧୀ ଦଳରେ ବସିବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ ଓ ଯେଉଁ ପରି ଆପଣ ପୀଡିତ ସେହିପରି ଦେଶର ଲୋକଙ୍କ ଗୌରବ, ବିକାଶ ଓ ରାଷ୍ଟ୍ରବାଦକୁ ପୀଡିତ କରିବା ପାଇଁ ଆପଣ ଚାହୁଁଛନ୍ତି। ଦେଶ ଆପଣଙ୍କୁ କେବେବି ନିଜର ନେତା କରିବ ନାହିଁ, ଆପଣ ଦେଶ ଲାଗି ଏକ କଳଙ୍କ’ ବୋଲି ଉଲ୍ଲେଖ କରିଛନ୍ତି।