ମୁଖତାର ଅବାସ ନକଭିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେପି ସାଂସଦ, ପରେ ହଟାଇଲେ ଟ୍ୱିଟ୍

Published By : Prameya-News7 Bureau | July 18, 2022 IST

ନୂଆଦିଲ୍ଲୀ: ବିଜେପି ସାଂସଦ ହଂସରାଜ ହଂସ ଏକ ଟ୍ୱିଟ କରି ମୁଖତାର ଅବାସ ନକଭିଙ୍କୁ ରାଜ୍ୟପାଳ ହେବା ନେଇ ଶୁଭେଚ୍ଛା ଜଣାଇଛନ୍ତି । ବିଜେପି ସାଂସଦ ଟ୍ୱିଟ୍ କରି ଲେଖିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ଶ୍ରୀ ମୁଖତାର ଅବାସ ନକଭି ଜୀଙ୍କୁ ବେଙ୍ଗଲର ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଥିବାରୁ ଶୁଭେଚ୍ଛା।

ବିଜେପି ସାଂସଦ ଟ୍ୱିଟ ପରେ ମୁଖତାର ଅବସା ନକଭି କିନ୍ତୁ ଏହି ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ମୋ ପାଖରେ ଏପରି କୌଣସି ସୂଚନା ନାହିଁ। ଏହାପରେ ଉତ୍ତର-ପୂର୍ବ ଦିଲ୍ଲୀରୁ ବିଜେପି ସାଂସଦ ତଥା କଣ୍ଠଶିଳ୍ପୀ ହଂସରାଜ ହଂସ ମଧ୍ୟ ନିଜର ଏହି ଟ୍ୱିଟକୁ ଡିଲିଟ୍ କରିଥିଲେ ।

{"id":658201,"sizeSlug":"large","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଉପରାଷ୍ଟ୍ରପତି ପାଇଁ ବିଜେପି ପ୍ରାର୍ଥୀ କରିଛି । ଏହାପରେ ମଣିପୁରର ରାଜ୍ୟପାଳ ଲା.ଗଣେଶନଙ୍କୁ ପଶ୍ଚିମବଙ୍ଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏପରି ସ୍ଥିତି ପଶ୍ଚିମବଙ୍ଗରେ ଖୁବଶୀଘ୍ର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.