ଇଟାଲୀରୁ ଫେରିଛନ୍ତି ରାହୁଲ, ବିଜେପି ସାଂସଦ କହିଲେ ତାଙ୍କର ବି ହେଉ Corona ଯାଞ୍ଚ

Published By : Prameya-News7 Bureau | March 04, 2020 IST

ନୂଆଦିଲ୍ଲୀ ୪।୩:  ଦେଶରେ କରୋନା ସଂକ୍ରଣକୁ ନେଇ ଏବେ ଆତଙ୍କ ଖେଳିଯାଇଛି। ସମାଜର ସବୁ ସ୍ତରର ଲୋକେ ଆତଙ୍କିତ ହୋଇ ପଡିଥିବା ବେଳେ ଏହା ଏବେ ରାଜନୀତିକୁ ବି ସଂକ୍ରମଣ କଲାଣି। ଇଟାଲୀ ଗସ୍ତରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଗତ ଶନିବାର ଫେରିଥିଲେ। ହେଲେ ବିମାନ ବନ୍ଦରରେ ତାଙ୍କର କରୋନା ଯା଼ଞ୍ଚ ହୋଇଛି କି ନା ତାହା ଜଣାପଡି ନାହିଁ। ତେବେ ଏଥିପାଇଁ ସେ ନିଜ ଆଡୁ ମଧ୍ୟ ସତର୍କତା ଅବଲମ୍ବନ କରୁନାହାନ୍ତି ଓ ସଂସଦକୁ ଆସୁଛନ୍ତି। ଏଣୁ ବିଜେପି ସାଂସଦ ରମେଶ ବିଧୁଡି ରାହୁଲଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାହୁଲ ତୁରନ୍ତ ତାଙ୍କର ଯାଞ୍ଚ  କରାଇବା ସହ ପୃଥକ ରହିବା ଦରକାର ବୋଲି ବିଧୁଡି କହିଛନ୍ତି।

{"id":232654,"width":579,"height":532,"sizeSlug":"large"}

ବିଧୁଡି କହିଛନ୍ତି ଯେ ନିକଟରେ ରାହୁଲ ଇଟାଲୀରୁ ଫେରିଛନ୍ତି। ବିମାନ ବନ୍ଦରରେ ତାଙ୍କର ଯାଞ୍ଚ ହୋଇଛି କି ନା ତାହା ଜାଣା ନଥିଲେ ହେଁ ସେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା ଜରୁରୀ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କରୋନା ଭାଇରସ  ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ଏକ ଗୁରୁତର ପ୍ରସଙ୍ଗ ହୋଇଥିବା ବେଳେ ଦେଶରେ ଏପର୍ଯ୍ୟନ୍ତ ୨୮ ଜଣ ସଂକ୍ରମିତ ଚିହ୍ନଟ ହେଲେଣି ବୋଲି ବୁଧୁଡି କହିଛନ୍ତି।

{"id":232655,"sizeSlug":"large"}

ଭାରତରେ ମିଳିଥିବା ୨୮ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। ତେବେ ଇଟାଲୀରୁ ଆସିଥିବା ଏକ ପର୍ଯ୍ୟଟକ ଦଳଙ୍କ ମଧ୍ୟରୁ ୧୬ ଜଣ ସଂକ୍ରମିତ ଥିବା ଜଣାପଡିଛନ୍ତି। ସମସ୍ତଙ୍କୁ ଆଇଟିବିପିର କ୍ୟାମ୍ପକୁ ପଠାଇ ଦିଆଯାଇଛି।  ହେଲେ ଠିକ୍ ପୂର୍ବରୁ ସେଠାରୁ ଭାରତ ଫେରିଥିବା ରାହୁଲ ଗାନ୍ଧି  ସ୍ୱଭାବିକ ସଂସଦକୁ ବି ଚାଲିଆସୁଛନ୍ତି। ଏଣୁ ତାଙ୍କର କରୋନା ଯାଞ୍ଚ ପ୍ରକ୍ରିୟାରେ ଯାଞ୍ଚ ହେବା ଜରୁରି ବୋଲି କହିଛନ୍ତି ବିଧୁଡି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.