ଭୁବନେଶ୍ବର ୨୨।୪: ସରକାରୀ କର୍ମଚାରୀ ମାନେ ବିଜେଡ଼ି ପାଇଁ ପ୍ରଚାର କରିବା ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ସରକାରୀ ଅଧିକାରୀ ମାନେ ବିଜେଡ଼ି ପାଇଁ ପ୍ରଚାର କରୁଛନ୍ତି । ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବ୍ୟାନର ଥିବା ମଞ୍ଚରେ ବସିଥିଲେ ପୋଲିସ କର୍ମଚାରୀ । ଇଦୁଲ ଫିତର ନାଁରେ ଚୌଦ୍ଵାର ଥାନା ଆଇଆଇସି ବିଶ୍ଵ ରଞ୍ଜନ ସାହୁ ଏବଂ ଏସଆଇ ସରସ୍ଵତୀ ସାହୁ ଗୋଟିଏ ମଞ୍ଚରେ ବିଜେଡ଼ି ନେତାଙ୍କ ସହ ବସି ଭାଷଣ ମଧ୍ୟ ଦେଉଥିଲେ । ଆଠଗଡ଼ ସରକାରୀ ମେଡିକାଲର କ୍ଲର୍କ ସନ୍ତୋଷ ମିଶ୍ର ମଧ୍ୟ ଆଠଗଡ଼ ବିଜେଡ଼ି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ ।
ସେହିପରି ଚାନ୍ଦବାଲି ବିଜେଡ଼ି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ପାଇଁ ପ୍ରଚାର କରୁଥିଲେ ଭଦ୍ରକ ଜିଲ୍ଲା ସାଳନ୍ଦୀ ଡିଭିଜନର ଜଳସେଚନ କାର୍ଯ୍ୟାଳୟର କର୍ମଚାରୀ ପରମେଶ୍ବର ମଲ୍ଲିକ । ଯାହାକି ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲଙ୍ଘନ ବୋଲି ଅଭିଯୋଗ କରିଛି ବିଜେପି । ଏହାସହ ବଲାଙ୍ଗୀର ଜିଲ୍ଲାରେ ମିଶନ ଶକ୍ତି ପ୍ରକଳ୍ପ ମ୍ୟାନେଜର ସୁମନ ଦ୍ବିବେଦୀ ବିଜେଡିର ଭୋଟ ପାଇଁ ଏସଏଚଜି ଗ୍ରୁପ ମହିଳା ମାନଙ୍କୁ ଫୋନ୍ କରି କହୁଛନ୍ତି ବୋଲି ଅଭିଯୋଗ କରିଛି ଦଳ । ସବୁ ଫଟୋ ପ୍ରମାଣ ସହ ମୁଖ୍ୟ ନିର୍ବାଚନରେ ଅଧିକାରୀଙ୍କ ଠାରେ ଅଭିଯୋଗ କରିଛି ବିଜେପି ପ୍ରତିନିଧି ଦଳ । ତେଣୁ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଥିବା ଏହି ସରକାରୀ କର୍ମଚାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଉ ବୋଲି ସିଇଓ ଠାରେ ଦାବି କରିଛି ବିଜେପି ।
You Can Read :
ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ, ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର