ବିଧାନସଭା ଭିତରେ ସାନିଟାଇଜର ପିଇ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ, ଅଟକାଇଲେ ମନ୍ତ୍ରୀ

Published By : Prameya-News7 Bureau | March 12, 2021 IST

ଭୁବନେଶ୍ବର ୧୨/୦୩ : ଓଡିଶା ବିଧାନସଭାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭା ମଧ୍ୟରେ ସାନିଟାଇଜର ପିଇବାକୁ ଉଦ୍ୟମ କରିଛନ୍ତି । ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ବିଧାୟକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି । ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ ତାଙ୍କ ସିଟ୍‌ରେ ଥିବା ସାନିଟାଇଜର ବୋତଲ ଆଣି ପିଇବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଅଟକାଇଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

Odisha Assembly Budget Session from today | Odisha Breaking News | Odisha  News | Latest Odisha News| Odisha Diary

ରାଜ୍ୟରେ ଚାଷୀଙ୍କ ପାଇଁ ମଣ୍ଡି ସମସ୍ୟାକୁ ନେଇ ପୂର୍ବରୁ ମଧ୍ୟ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ତେବେ ସୁବାସ ପାଣିଗ୍ରାହୀ ବିଧାନସଭା ମଧ୍ୟରେ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଗୃହରେ ଉପସ୍ଥିତ ଥିବା କିଛି ବିଧାୟକ ତାଙ୍କୁ ଅଟକାଇଛନ୍ତି ।

wp:embed {"url":"https://youtu.be/tk5acnixNIg","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/tk5acnixNIg
/wp:embed

ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ସୁବାଷ କହିଛନ୍ତି, ' ମୁଁ ଅଳ୍ପ ସାନିଟାଇଜର ପିଇଛି ଏବଂ ଏବେ ସୁସ୍ଥ ଅଛି । ବାରମ୍ବାର ବିଧାନସଭାରେ ବିଧାୟକମାନେ କୌଣସି ପ୍ରସଙ୍ଗ ଉଠାଇଲେ ତାକୁ କେହି ଗୁରୁତ୍ବ ଦେଉନାହାନ୍ତି । ସେଥିପାଇଁ ସାନିଟାଇଜର ପିଇ ଆତ୍ମାହୁତି ଦେବାକୁ ଚାହୁଁଥିଲି ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.