ବିଜେପି ବିଧାୟକ ରାହୁଲ ନାର୍ଭେକର ହେଲେ ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି, ମିଳିଲା ୧୬୪ ଭୋଟ

Published By : Prameya-News7 Bureau | July 03, 2022 IST

ମୁମ୍ବାଇ ୩।୭: ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିବା ପରେ ରାଜ୍ୟରେ କ୍ଷମତାକୁ ଫେରିଛି ବିଜେପି। ରବିବାର ବିଧାସଭା ବାଚସ୍ପତି ପଦ ଲାଗି ଅନୁଷ୍ଠିତ ନିର୍ବାଚନରେ ବିଜେପି ବିଧାୟକ ରାହୁଲ ନାର୍ଭେକର ନିର୍ବାଚିତ ହେବା ଶିବସେନା ଓ ମହାବିକାଶ ଅଘାଡି ମେଣ୍ଟ ଲାଗି ଆଉ ଏକ ଝଟକା ସାବ୍ୟସ୍ତ ହୋଇଛି। ପୂର୍ବହ୍ନ ୧୧ଟା ବେଳେ ବିଧାନସଭା ଆରମ୍ଭ ହେବା ପରେ  ନିର୍ବାଚନ ହୋଇଥିଲା। ଏଥିରେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ବିଧାୟକ ରାହୁଲ ନାର୍ଭେକର ୧୬୪ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ବାଚସ୍ପତି ପଦ ନିମନ୍ତେ ଶିବସେନା ପକ୍ଷରୁ ଉଦ୍ଧବଙ୍କ ବିଶ୍ୱସ୍ଥ ରାଜନ ସାଲଭୀଙ୍କୁ ପ୍ରାର୍ଥୀ କରାଯାଇଥିଲା। ସାଲଭୀ ବାଚସ୍ପତି ନିର୍ବାଚନରେ ଶିବସେନା ସମେତ ଏନସିପି ଓ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ୧୦୭ଟି ଭୋଟ ମିଳିଛି। ବାଚସ୍ପତି ନିର୍ବାଚନ ଲାଗି ବିଧାନସଭାରେ ବାଚନିକ ଭୋଟ ହୋଇଥିଲା। ଏଥିରେ ନାର୍ଭେକରଙ୍କ ସପକ୍ଷରେ ୧୬୪ଟି ଭୋଟ ହୋଇଛି। ତେବେ ସମାଜବାଦୀ ପାର୍ଟି (ସପା) , ଏଆଇଏମଆଇଏମ ବିଧାୟକମାନେ ସଦନରେ ବାଚସ୍ପତି ନିର୍ବାଚନରୁ ନିଜକୁ ଦୂରେଇ ରଖିଥିଲେ।

{"id":651018,"width":841,"height":357,"sizeSlug":"full","linkDestination":"none"}

ନିର୍ବାଚନରେ ଶିବସେନା ବିଧାୟକମାନେ ହ୍ୱିପ୍ ଟାଳି ଭୋଟ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଇଛି। ଉଦ୍ଧବଙ୍କ ସରକାରରେ କଂଗ୍ରେସର ବାଚସ୍ପତି ନାନା ପଟୋଲେ ଇସ୍ତଫା ଦେବା ପରେ ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ନଥିଲେ। ଉପବାଚସ୍ପତି ନରହରି ଜିରୱାଲ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଥିଲେ। ଏବେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚନ ସରିଥିବା ବେଳେ ସିନ୍ଦେ ସରକାରଙ୍କୁ ସଦନରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ହେବ।

ଶିବସେନା-ବିଜେପି ସରକାର ବିଧାନସଭାର ଦୁଇ ଦିବସୀୟ ବିଶେଷ ଅଧିବେଶନରେ ସୋମବାର ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ।  ୨୮୮ ସଦସୀୟ ବିଧାନସଭାରେ ଛୋଟ ଦଳ ଓ ନିର୍ଦଳୀୟ ୧୦ ବିଧାୟକଙ୍କ ସହିତ ୧୦୬ ବିଜେପି ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି। ଏଣୁ ସିନ୍ଦେ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିପାରିବେବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.