କରୋନାରେ ଆଖି ବୁଜିଲେ ବିଜେପି ବିଧାୟକ କିରଣ ମାହେଶ୍ବରୀ : ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
30/11/2020 at 12:53 PM

ଜୟପୁର ୩୦/୧୧: ରାଜସ୍ଥାନର ରାଜସମନ୍ଦରୁ ବିଜେପି ବିଧାୟକ କିରଣ ମାହେଶ୍ବରୀଙ୍କ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ ତାଙ୍କ ରିପୋର୍ଟ କରୋନା ରିପୋର୍ଟ ପଜିଟିଭ ଆସିଥିଲା,ଯାହା ପରେ ତାଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କ ଚିକିତ୍ସା ଚାଲିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ବିଧାୟକଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ସେ ପ୍ରତ୍ୟେକ ପଦରେ ରହି ରାଜ୍ୟର ପ୍ରଗତି ପାଇଁ କାମ କରିଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ,‘କିରଣ ମାହେଶ୍ବରୀଙ୍କ ଅକାଳ ମୃତ୍ୟୁ ଯୋଗୁଁ ଗଭୀର ଆଘାତ ଲାଗିଛି। ସାଂସଦ,ବିଧାୟକ କିମ୍ବା ରାଜସ୍ଥାନ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସେ ରାଜ୍ୟର ପ୍ରଗତି ଦିଗରେ କାମ କରିବା ଏବଂ ଗରିବଙ୍କ ବିକାଶ ଦିଗରେ ଅନେକ ଉଦ୍ୟମ କରିଛନ୍ତି। ତାଙ୍କ ପରିବାର ପ୍ରତି ସମ୍ବେଦନା। ଓମ୍ ଶାନ୍ତି।’
ବିଜେପି ବିଧାୟକ କିରଣ ମାହେଶ୍ବରୀଙ୍କ ପରଲୋକରେ ଲୋକସଭା ଅଧ୍ୟକ୍ଷ ଓମ୍ ବିରଲା ଶୋକ ପ୍ରକାଶ କରିଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି ଯେ ‘ରାଜସମନ୍ଦରୁ ବିଧାୟକ ଭଉଣୀ କିରଣ ମାହେଶ୍ବରୀଙ୍କ ପରଲୋକ ଅତ୍ୟନ୍ତ ଦୁଃଖଦ। ସେ ନିଜ ପୂରା ଜୀବନ ସମାଜ ସେବା ଏବଂ ହିତକୁ ସଂରକ୍ଷିତ କରିବା ପାଇଁ ସମର୍ପିତ କରିଛନ୍ତି। ତାଙ୍କ ପାଇଁ କିରଣଙ୍କ ପରଲୋକ ବ୍ୟକ୍ତିଗତ କ୍ଷତି। ଈଶ୍ବର ଦିବଂଗତ ଆତ୍ମାକୁ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ। ସେ ତାଙ୍କ ପରିବାର ଲୋକଙ୍କ ପ୍ରତି ସମ୍ବେଦନା ବ୍ୟକ୍ତ କରୁଛନ୍ତି।’

ଏହା ସହିତ ଲେଖିଛନ୍ତି ଯେ ‘ସେ କିରଣଙ୍କ ସହ ରାଜନୀତିକ -ସାମାଜିକ ଜୀବନରେ ଦୀର୍ଘ ଦିନ ଯାଏଁ କାମ କରିଛନ୍ତି। ସାମାଜିକ ବିଷୟ ବିଶେଷତଃ ସେ ମହିଳା ଏବଂ ବଞ୍ଚିତ ବର୍ଗର ଅଧିକାରୀଙ୍କ ସଶକ୍ତ କଣ୍ଠ ଥିଲେ। ଦୀନ-ଦୁଃଖୀଙ୍କ ସହାୟତା ପାଇଁ ସବୁବେଳେ ତତ୍ପର ରହୁଥିବା କିରଣଙ୍କୁ ତାଙ୍କ ନିର୍ଭୀକତା ଏବଂ ସ୍ପଷ୍ଟବାଦିତା ପାଇଁ ସବୁବେଳେ ସ୍ମରଣ କରାଯିବ’

Related Posts
ପାକିସ୍ତାନରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍-ଟ୍ରକ୍ ମୁହାଁମୁହିଁ, ୧୭ ମୃତ
3 February 2023