AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ବିଜେପି ବିଧାୟକ ଭାଙ୍ଗିଲେ ଲକଡାଉନ୍ ନିୟମ, ସର୍ବସାଧାରଣ ରୋଷେଇଶାଳରେ ପାନ ଛେପ ଥୁକି ଦେଲେ ୫୦୦ ଫାଇନ୍

3/05/2020 at 7:29 PM

ରାଜକୋଟ, ୦୩|୦୫:  ଗତ କିଛି ଦିନ ତଳେ ଗୁଜୁରାଟ ରାଜକୋଟ ବିଜେପି ବିଧାୟକ ଅରବିନ୍ଦ ରଏୟାନି ଏକ ରୋଷେଇଶାଳାରେ ପାନଛେପ ପକାଇଥିବା ଭିଡିଓ ଭାଇରାଲ ହେଇଥିଲା । ଯାହାକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ବିଧାୟକଙ୍କ ଏପରି ଆଚରଣକୁ ଅନେକ ନିନ୍ଦା ମଧ୍ୟ କରିଥିଲେ ।

ଏବେ ଦେଶରେ ଲକଡାଉନ୍ ଜାରି ରହିଛି । ଏହି ସମୟରେ ବାହାରେ କୌଣସି ସ୍ଥାନରେ ଛେପ ପକାଇବାକୁ ଦଣ୍ଡନୀୟ ଅପରାଧ ବୋଲି କୁହାଯାଉଛି । କିନ୍ତୁ ଏହି ଆଇନକୁ ଖାତିର ନକରି ଅରବିନ୍ଦ ରୋଷେଇଶାଳାରେ ମାସ୍କ ଖୋଲି ଛେପ ପକାଇଥିଲେ । ଏହି ରୋଷେଇଶାଳାରେ ଗରିବ ଓ ଅନାହାରଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ହେଉଥିଲା ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅନେକ ୟୁଜର ବିଧାୟକଙ୍କୁ ସମାଲୋଚନା କରିଥିଲେ । ଆଉ କେତେକ ଏହାକୁ ନିନ୍ଦନୀୟ ବୋଲି କହିବା ସହ ବିଧାୟକଙ୍କୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ । ଅଧିକ ବିବାଦ ହେବା ପରେ ଅରବିନ୍ଦ କ୍ଷମା ମାଗିବା ସହ ୫୦୦ ଟଙ୍କା ଫାଇନ ଦେଇଛନ୍ତି । ତେବେ ସେ ତାଙ୍କ ନିଜ ସମ୍ପତ୍ତି ମଧ୍ୟରେ ଛେପ ପକାଇଥିବା ଓ ଏହା ସରକାରୀ ସମ୍ପତ୍ତି ନୁହେଁ ବୋଲି ସଫେଇ ଦେଇଛନ୍ତି ।

   Related Posts