ସାଲେପୁର ୨୧।୫: ସାଲେପୁର ନିର୍ବାଚନ ମଣ୍ଡଳୀର ୪୫ ନମ୍ବର ଜୋନ୍ର ନରଦା, ମାଳ, ଓଡ଼ସିଂ, କଟରପା, ରାମକୃଷ୍ଣ ଗ୍ରାମପଞ୍ଚାୟତରେ ବିଜେପି ଯୁବ ନେତା ହିମାଂଶୁ ମହାନ୍ତିଙ୍କ ପୌରହିତ୍ୟରେ ଏକ ମେଗା ବାଇକ୍ ରାଲି ଅନୁଷ୍ଠିତ ହୋଇଥିଲା । ଏହି ବାଇକ୍ ରାଲିରେ ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଏବଂ ବିଜେପିର ତୁଙ୍ଗ ନେତୃବୃନ୍ଦଙ୍କ ସହ ହଜାର ହଜାର ସଂଖ୍ୟକ କର୍ମୀ ଯୋଗ ଦେଇଥିଲେ ।
ସାଲେପୁର ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ ଶାସକ ଦଳର ବୈମାତୃକ ମନୋଭାବ, ମୌଳିକ ସମସ୍ୟା ସମାଧାନ କରିବାରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ଜନ ସାଧାରଣମାନଙ୍କ ପାଖରେ ଶାସକ ଦଳର ବିଫଳତାକୁ ପହଞ୍ଚାଇବା ସହ ପଦ୍ମ ଫୁଲ ଚିହ୍ନରେ ବିଜେପିକୁ ଭୋଟ୍ ଦେବା ପାଇଁ ଜନ ସାଧାରଣଙ୍କୁ ଅନୁରୋଧ କରୁଥିବାର ଦେଖିବାକୁ ମିଳିଥିଲା ।
You Can Read :
ଚାନ୍ଦବାଲିରେ ବିଜେପିର ମେଗା ରୋଡ୍ ଶୋ’, ମନମୋହନ ସାମଲଙ୍କ ପାଇଁ ପ୍ରଚାର କଲେ ଅନୁଭବ