ମାଡ଼ ମାରିବା ଏବଂ ପରିସ୍ରା ପିଆଇବା, ପଡ଼ିଲା ମହଙ୍ଗା, ବିଧାୟକଙ୍କ ସମେତ ୫୦ ଜଣ ବିଜେପି କର୍ମୀଙ୍କ ନାମରେ ମାମଲା ରୁଜୁ...

Published By : Prameya-News7 Bureau | January 01, 2020 IST

ବାର୍‌ଖେରା୧/୧: ପୁଲିସ କନେଷ୍ଟବଳଙ୍କୁ ଜୋତାରେ ପିଟିବା ଏବଂ ପରସ୍ରା ପିଇବା ବିଧାୟକଙ୍କୁ ପଡ଼ିଲା ମହଙ୍ଗା।  ଏହି ଘଟଣାରେ ଉତ୍ତର ପ୍ରଦେଶର ବାରଖେରା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ କିଷାନ ଲାଲ ରାଜପୁତଙ୍କ ସମେତ ବିଜେପିର ୫୦ ଜଣ ସମର୍ଥକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଜଣେ କାର୍ଯ୍ୟରତ କନଷ୍ଟେବଳଙ୍କୁ ବିଧାୟକ ଜୋତାରେ ମାଡ଼ ମାରିବା ଘଟଣା ଏବେ ଗଣମାଧ୍ୟମର ମୁଖ୍ୟ ଖବର ପାଲିଟିଛି। ପୁଲିସ କନେଷ୍ଟବଳଙ୍କୁ ମାଡ଼ ମାରିବା ସହ ତାଙ୍କଠାରୁ ପର୍ସ, ସୁନା ଚେନ ଛଡ଼ାଇ ନିଆଯାଇଥିଲା। ସେତିକିରେ ସେମାନଙ୍କ ମନ ଶାନ୍ତି ହୋଇ ନଥିଲା ତାଙ୍କୁ ପରସ୍ରା ପିଆଇ ଦେଇଥିଲେ।

{"id":205401,"sizeSlug":"large"}

 ଏହି ଘଟଣା ପରେ କନେଷ୍ଟବଳ ଥାନାରେ ଏଫଆଇଆର ଦେଇଥିଲେ। କିନ୍ତୁ ଦୋଷୀଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଏହି ମାମଲା କୋର୍ଟରେ ପହଞ୍ଚିବା ପରେ ବିଜେପି ବିଧାୟକଙ୍କୁ ମହଙ୍ଗା ପଡ଼ିଛି। କୋର୍ଟ ନିର୍ଦ୍ଦେଶ ଦେବା ପରେ ପୁଲିସ ସଂପୃକ୍ତ ବିଜେପି ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ।

{"id":205402,"width":589,"height":348,"sizeSlug":"large"}

ସୂଚନାଯୋଗ୍ୟ ଯେ ମୋହିତ ଗୁର୍‌ଜାର ନାମକ ଜଣେ  କନେଷ୍ଟବଳ ବିଧାୟକଙ୍କ ସମର୍ଥକ ତଥା ରାହୁଲ ନାମକ ଜଣେ ଯୁବକଙ୍କଠାରୁ ବାଇକ୍‌ କିଣିବା ପାଇଁ ତାଙ୍କୁ ନଗଦ ୫୦ ହଜାର ଟଙ୍କା ଦେଇଥିଲେ। ମାତ୍ର ଟଙ୍କା ନେଇଯିବା ପରେ ରାହୁଲ ଗାଡ଼ି ବିକ୍ରି କରିବାକୁ ମନା କରିବା ସହ କନେଷ୍ଟବଳଙ୍କୁ ଟଙ୍କା ଫେରେଇ ନ ଥିଲେ। ବରଂ ରାହୁଲ ଏବଂ ତାଙ୍କର ସାଙ୍ଗସାଥୀମାନେ କନେଷ୍ଟବଳଙ୍କୁ ଧମକଚମକ ଦେଇଥିଲେ। ଟଙ୍କା କାର୍‌ବାରରେ ବିଧାୟକ ନିଜେ ମୁଣ୍ଡ ପୂରାଇଥିଲେ। ତାପରେ ବିଧାୟକ ଓ ତାଙ୍କ କର୍ମୀ ମିଶି ଘଟାଇଥିଲେ ଏଭଳି ଅମାନବୀୟ ଘଟଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.