ବିଜେପିର ମିଶନ ପୂର୍ବାଞ୍ଚଳ, ଗୁଜରାଟ ବିଜୟ ପରେ ୪ ପୂର୍ବ ରାଜ୍ୟ ଉପରେ ନଜର

Published By : Prameya-News7 Bureau | December 20, 2022 IST

ନୂଆଦିଲ୍ଲୀ: ଗୁଜରାଟ ବିଜୟରେ ବିଜେପିର ମିଶନ ପୂର୍ବଞ୍ଚଳ । ଉତ୍ତର-ପୂର୍ବରେ ଆଧିପତ୍ୟ ବିସ୍ତାର ପାଇଁ ଯୋଜନା କରୁଛି ଭାରତୀୟ ଜନତା ପାର୍ଟି । ପୂର୍ବାଞ୍ଚଳର ୪ଟି ରାଜ୍ୟ ତଥା ତ୍ରିପୁରା, ମିଜୋରମ, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ଜିତିବା ନେଇ ଉଦ୍ୟମ ଚଳାଇଛି ବିଜେପି ।

ଆଗକୁ ପୂର୍ବାଞ୍ଚଳର ୪ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ବିଜେପି ରଣନୀତି ଆରମ୍ଭ କରିଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନୀ ବିଗୁଲ ଫୁଙ୍ଖି ଦେଇଛନ୍ତି । ଗୁଜରାଟ ବିଜୟରେ ମିଶନ ପୂର୍ବାଞ୍ଚଳ ଆରମ୍ଭ କରିଦେଇଛି ଭାରତୀୟ ଜନତା ପାର୍ଟି ।  ତ୍ରିପୁରା, ମିଜୋରମ, ନାଗାଲାଣ୍ଡ ଓ ମେଘାଳୟ ଗସ୍ତ ଆରମ୍ଭ କରିଦେଇଛନ୍ତି ବିଜେପି ନେତା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମେଘାଳୟ ଗସ୍ତ କରିଛନ୍ତି । ସିଲଙ୍ଗରେ ପୂର୍ବାଞ୍ଚଳ ପରଷଦରେ ସୂବର୍ଣ୍ଣଜଯନ୍ତୀ ସମାରୋହ ସାମିଲ ହେବା ସହିତ ତ୍ରିପୁରାରେ ୪ହଜାର ୩୫୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଅନ୍ୟପଟେ ସିଲଙ୍ଗରେ ଆୟୋଜିତ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହା ସାମିଲ ହୋଇ ଉଦ୍‌ବୋଧନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ, ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ବିକାଶର କଥା କହିଥିଲେ । ଏବେ ମାନସିକତା ବଦଳିଛି । ବିଜେପି ସରକାର ଗତ ୮ବର୍ଷ ମଧ୍ୟରେ ପୂର୍ବାଞ୍ଚଳର ବିକାଶ ପାଇଁ ବିଶେଷ ଧ୍ୟାନ ଦେଇଛି ।  ସାମ୍ନାକୁ ବାଧାବିଘ୍ନକୁ ଏଡ଼ାଇ ରେଡ୍ କାର୍ଡ ଦେଖାଇଛି ବୋଲି କହିଛନ୍ତି । ଉତ୍ତର-ପୂର୍ବାଞ୍ଚଳ ଦେଶ ସୁରକ୍ଷା ଏବଂ ସମ୍ବୃଦ୍ଧିର ଗେଟ୍ ଓ୍ବେ ବୋଲି କହିବା ସହିତ ଡିଜିଟାଲ୍ ଇଣ୍ଡିଆ ମାଧ୍ୟମରେ ଉତ୍ତର-ପୂର୍ବାଞ୍ଚଳକୁ ଯୋଡ଼ା ଯାଉଛି ବୋଲି କହିଛନ୍ତି  ପ୍ରଧାନମନ୍ତ୍ରୀ ମୋଦି । ୨୦୨୩ଆରମ୍ଭରୁ ତ୍ରିପୁରା ଓ ମେଘାଳୟ ବିଧାନସଭା ନର୍ବାଚନ ହେବ। ସେହିପରି ଡିସେମ୍ବରରେ ମିଜୋରମରେ ମତଦାନ ହେବ।  ଏହା ପୂର୍ବଚରୁ ବିଜେପି ରଣନୀତି ପ୍ରସ୍ତୁତ କରିଛି ।

୨୦୧୮ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ୩୫ଟି ସିଟରେ ବିଜୟ ହାସଲ କରିଥିଲା । ହେଲେ ଭାରତୀୟ ଜନତା ପାର୍ଟି ଓ ଲେଫ୍ଟ ମଧ୍ୟରେ ମାତ୍ର ୨ ପ୍ରତିଶତ ଅନ୍ତର ରହିଥିଲା । ବିଜେପି ବିଳ୍ପବ ଦେବଙ୍କ ସ୍ଥାନରେ ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଅନ୍ଯପଟେ ନିର୍ବାଚନ ପୂର୍ବର ଦଳରେ ଆମୁଳଚୂଳ ପରିବର୍ତ୍ତନ କରିଛନ୍ତି ବିଜେପି ।

ମେଘାଳୟ ଗଡ଼ ଜିତିବାକୁ ନୂଆ ପ୍ଲାନ୍ ପ୍ରସ୍ତୁତ କରିଛି ବିଜେପି । ୨୦୧୮ରେ ମେଘାଳୟରେ ବଡ଼ ପାର୍ଟି ଭାବେ ଉଭା ହୋଇଥିଲା କଂଗ୍ରେସ । ହେଲେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହୋଇଥିଲା ଦଳ । ମାତ୍ର ୨ଟି ସିଟରେ ବିଜୟ ଲାଭ କରିଥିବା ବିଜେପି ନ୍ୟାସନାଲ ପିପୁଲ୍ସ ପାର୍ଟିର ହାତ ଧରି ନେଇଥିଲା । ହେଲେ ଏନପିପି ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀ ଅଲଗା ହୋଇ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି ।

ସେହିପରି ୨୦୧୮ରେ ନାଗାଲାଣ୍ଡରେ ବିଜେପି ଏନଡିପିପି ସହିତ ଗଠବନ୍ଧନ କରିଥିଲା । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ବିଜେପି ୨୦୨୩ରେ ୨୦ଟି ସିଟ୍ ବିଧାନସଭା ନିର୍ବାଚନରେ ଲଢିବ ବୋଲି ପ୍ରକାଶ ପାଇଛି । ଅନ୍ୟ ୪୦ଟି ସିଟରେ ଏନଡିପିପି ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି ଜଣାପଡ଼ିଛି ।

ମିଜୋରମରେ ଭାରତୀୟ ଜନତା ପାର୍ଟି ସମସ୍ତ ସିଟ୍ ଏକାକୀ ଳଢିବ ନେଇ ଘୋଷଣା କରିଛି । ୪୦ଟି ସିଟରେ ପ୍ରାର୍ଥୀ ଦେବ ବିଜେପି । ବର୍ତ୍ତମାନ ମିଜୋରମରେ ମିଜୋ ନ୍ୟାସନାଲ ଫ୍ରଣ୍ଟର ସରକାରରେ ରହିଛି । ୨୦୧୮ ନିର୍ବାଚନରେ ମିଜୋରମରେ ମିଜୋ ନ୍ୟାସନାଲ ଫ୍ରଣ୍ଟକୁ ୨୬ଟି ଓ କଂଗ୍ରେସକୁ ୫ଟି ସିଟ୍ ମିଳିଥିଲା । ସେହିପରି ଗତ ନିର୍ବାଚନରେ ପ୍ରଥମ ଥର ପାଇଁ ମିଜୋରମରେ ଖାତା ଖୋଲିଥିଲା ବିଜେପି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.